Take a fresh look at your lifestyle.

“ପ୍ରତ୍ୟେକ କାର୍ଯ୍ୟର ସଫଳତା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ- ସାଂସଦ”

ଦାଣ୍ଡିମାଳ ସ୍ୱାଭିମାନ ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ

0 28

ଢେଙ୍କାନାଳ :  ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତ କଲ୍ୟାଣମଣ୍ଡପ ଠାରେ ଦାଣ୍ଡିମାଳ ସ୍ୱାଭିମାନ ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍ନେହ, ଶ୍ରଦ୍ଧା, ସଦ୍ଦିଚ୍ଛା ଓ ଅଂଚଳର ବିଚାରକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ଙ୍କ ପରାମର୍ଶରେ ସାମଗ୍ରୀକ ବିକାଶ ହୋଇପାରିବ । ଏଥିପାଇଁ ଦାଣ୍ଡିମାଳ  ସ୍ୱାଭିମାନ ସଂଗଠନ ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ପ୍ରଚେଷ୍ଟା ଏହି  ସମାସ୍ୟାର ସମାଧାନ ହୋଇପାରିବ ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ  ।

ମୁଖ୍ୟ ବକ୍ତା ଭାବେ ଜିଲା ରେଡ୍କ୍ରସ୍ ଉପାଧ୍ୟକ୍ଷ ବିରଞ୍ଚି ନାରାୟଣ ପାଣି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିଜକୁ ଭଲ ପାଇବା ସହିତ ଅନ୍ୟକୁ ଭଲ ପାଇବା ଦେଲେ ସମାଜରେ ସଂଗଠନ ସୁଦୃଢ ହେବା ସହିତ ଅଞ୍ଚଳର ଉନ୍ନତି ହୋଇପାରିବ ।

ଅନ୍ୟମାନଙ୍କ ମଧ୍ୟରେ ଓଡାପଡା ଜିଲାପରିଷଦ ଜୋନ୍-୨ର ସଭ୍ୟ ବାଳକୃଷ୍ଣ ସାହୁ, ଗଦାଶିଳା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତାପ କୁମାର ସାହୁ, କାଶିଆଡିହି ପଞ୍ଚାୟତର ସରପଞ୍ଚ ମିନତୀ ରାଉତ, ସଦାଶିବପୁର ପଞ୍ଚାୟତ ସରପଞ୍ଚ ଧରିତ୍ରୀ ମଲ୍ଲିକ, ସଂଧ୍ୟା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସମୀର ରଞ୍ଜନ ସାହୁ ଏବଂ ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମର କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିବା ସହ ଦାଣ୍ଡିମାଳ ଅଞ୍ଚଳର ଉନ୍ନତି ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ଦ୍ୱିତୀୟ ବାର୍ଷିକୀ ଉତ୍ସବ ଅବସରରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବୁଦ୍ଧିଜୀବି, ଶିକ୍ଷାବିତ୍,  ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, କରୋନାଯୋଦ୍ଧା ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର, ଟ୍ରଫି ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

 ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶେଖର ଚନ୍ଦ୍ର ସେଠୀ ସଭାପତିତ୍ୱ କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ଉପରେ କହିଥିଲେ ଯେ, ଏକ ବର୍ଷ ଧରି ଏହି ଅନୁଷ୍ଠାନ ବହୁ ବାଧାବିଘ୍ନରେ ଚାଲି ଆସିଛି ଓ ଆଗକୁ ମଧ୍ୟ ଚାଲିବ ।

ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ କୀଡା ଶିକ୍ଷକ ସନ୍ତୋଷ ପରିଡା, ଅନୁଷ୍ଠାନର ସଂପାଦକ ବସନ୍ତ କୁମାର ରାଉତ, ସୁଶାନ୍ତ କୁମାର ରାଉତ, କୃଷ୍ଣଚନ୍ଦ୍ର ନାୟକ, ରଞ୍ଜନ କୁମାର ଖଟୁଆ, ଗଗନଧର ଦାସ, ଆକାଂକ୍ଷା ପ୍ରିୟଦର୍ଶିନୀ ବେହେରା, ଅମ୍ରିତା ବେହେରା, ଶୁଭଶ୍ରୀ ସେଠୀ, ଶୁଭଶ୍ରୀ ଶୁଭସ୍ମିତା ବେହେରା ଓ ଆଲିସା ସେଠୀ ପ୍ରମୁଖ ସହଯୋଗ କରି ସଫଳ କରାଇଥିଲେ ।

ଏହି ସଭାକୁ ଅବନି କୁମାର ମିଶ୍ର ସଂଚାଳନ କରିଥିବାବେଳେ ସଂଗଠନର ଉପଦେଷ୍ଟା ନିରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.