Take a fresh look at your lifestyle.

ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର, ଥାନାରେ ଅଭିଯେIଗ ପରେ  ହିତାଧିକାରୀ ଙ୍କୁ ଚାଉଳ ମିଳିଲା

0 28

ଭୁବନ: ଦାରିଦ୍ର୍ୟ ସୀମାରେ ଖାତଳେ ଥିବା ଗରିବ ଲୋକ ଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳଯୋଗାଇ ଦେଉଥିବାବେଳେ କେନ୍ଦ୍ର ସରକାର ମାସିକ ମୁଣ୍ଡପିଛା୫ କିଲୋ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି ।

ଡିଲର ମାନେ ଏଥିରେ ବ୍ୟାପକ ହେରାଫେରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଥାନାଧିକାରୀ ଙ୍କ ଧମକ ପରେ ଏହିଘଟଣା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।

ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମ ରେ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେଇ ଥିବା ଗୋଷ୍ଠୀ ପ୍ରବଳ ହେରାଫେରି କରୁଥିବା ସଂପର୍କରେ ଭୁବନ ଥାନାରେ ଅଭିଯୋଗ ହେବା ଏବଂ ଆଇ ଆଇସି ଙ୍କ ତାଗିଦ ପରେ ହିତାଧିକାରୀ ଚାଉଳ ପାଇବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଛି ।

ଖୋଦ ବ୍ଲକ ଅଧ୍ୟକ୍ଷା ଙ୍କ ଗ୍ରାମରେଏପରି କେଳେଙ୍କାରି ଚାଲିଥିବା ବେଳେ ଅନ୍ୟ ଅଂଚଳ କଥା କଣ ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲ ଆଲୋଚନା କରୁଛନ୍ତି ।

ଘଟଣାରୁ ପ୍ରକାଶ ଯେ , ଯମୁନାକୋଟ ଗ୍ରାମର ରଂଜନାମଳିକ , ନରେଶ ସାହୁ, କୁମ୍ଭ ପାଣି, ଫୁଲମଳିକ ପ୍ରମୁଖ ୨୨ ଜଣ ବ୍ୟକ୍ତିଙ୍କର ରାସନ ସାମଗ୍ରୀହଡପ ହେଉଥିବା ସଂପର୍କରେ ବିଡିଓ ଏବଂ ଯୋଗାଣ ନିରୀକ୍ଷକ ଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବା ସତ୍ୱେ ସେମାନଙ୍କୁ ଚାଉଳ ମିଳୁ ନଥିଲା ।

ଶେଷରେ ଭୁବନ ଥାନାରେ ଲିଖିତ ଅଭିଯୋଗ ହେବାପରେ ଆଇ ଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଘଟଣାର ତଦନ୍ତ କରି ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେଇଥିବା ଗ୍ରାମ୍ୟ କମିଟିର ଶାନ୍ତନୁ ଓଝା , ବିରଂଚି ନାୟକ ,ବିଜୁ ବେହେରାଙ୍କୁ ତାଗିଦ କରିଥିଲେ । ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ମାସ ଯାଏ ଅଭିଯୋଗକାରୀଙ୍କୁ ଚାଉଳ ମିଳିଥିବା ଜଣାପଡିଛି ।

ତେବେ ନିୟମିତ ଭାବେ ରାସନ ସାମଗ୍ରୀ ହେରାଫେରି କରୁଥିବା ଗୋଷ୍ଠୀ ଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ସତ୍ୱେ ସେମାନଙ୍କୁ କାହିଁକି ଦାୟିତ୍ୱରେ ରଖାଯାଇଛି ତାହା ହିଁ ମୂଳ ପ୍ରଶ୍ନ ।

ଯଥାଶୀଘ୍ର ସେମନଙ୍କ ହାତରୁ ବଣ୍ଟନ ଦାୟିତ୍ୱ ଅଣାଯାଇ ଅନ୍ୟ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବାକୁ ଦାବି ହୋଇଛି I

- Advertisement -

Leave A Reply

Your email address will not be published.