Take a fresh look at your lifestyle.

ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି ଅଭିନବ ଡାଲୁଆ

0 50

ଢେଙ୍କାନାଳ : ଜଣେ କୋଇଲା ଟ୍ରକ ମାଲିକ ଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡିଏସପି ଅଭିନବ ଡାଲୁଆ ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ଧରାପଡ଼ିଛନ୍ତି।

ଅଭିନବଙ୍କ ସମ୍ପର୍କୀୟଙ୍କ ଘରେ ଓ ସଦର ଥାନା ଆଦି ୮ ଟି ଜାଗାରେ ଭିଜିଲାନ୍ସର ଖାନ ତଲାସ ଜାରି ରଖିଛି। ଢେଙ୍କାନାଳ ସଦର ଥାନା ଦାୟିତ୍ଵରେ ଥିଲେ ଅଭିନବ। ପୂର୍ବରୁ ତାଙ୍କ ନାମରେ ଲାଞ୍ଚ ନେବା ଓ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ସେଲ ନିକଟରେ ଥିଲା।

ସୂଚନାନୁଯାୟୀ, ଢେଙ୍କାନାଳ ଡିଏସପି ଅଭିନବ ଡାଳୁଅ ଏକ କୋଇଲା ଟ୍ରକ ମାଲିକଙ୍କ ଠାରୁ 15 ହଜାର ଟଙ୍କା ଲାଞ୍ଚ ନେଇଥିଲେ, ଦାବି ମୁତାବକ ଆଉ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ତାଙ୍କୁ ସଦର ଥାନାରେ କାବୁ କରିଛି ।

ତେବେ କାବୁ କରିବା ବେଳେ ଏହି ପୁଲିସ ବାବୁ ଜଣଙ୍କ ଭିଜିଲାନ୍ସ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ । କାବୁ କରିବା ପରେ ଅଭିନବଙ୍କୁ ଭିଜିଲାନ୍ସ ଗିରଫ କରି କଟକ ନେଇ ଯାଇଥିବା ଜଣାପଡ଼ିଛି ।

ପ୍ରକାଶ ଥାଉକି, ପୂର୍ବରୁ ଅଭିନବ ଡାଲୁଆଙ୍କ ନାମରେ ଲାଞ୍ଚ କାରବାର, ବ୍ରାଉନ ସୁଗାର, ବେଆଇନ ଗୋରୁ ଚାଲାଣ, ଚୋରା କୋଇଲା ଆଦି ଚାଲାଣ ମାଫିଆମାନଙ୍କ ସହ ସଲାସୁତରା ଥିବା ଚର୍ଚ୍ଚା ହୋଇଆସୁଛି ।

ରାଜ୍ୟର ବିଭିନ୍ନ ଜାଗାରେ ନିଜ ସାଙ୍ଗସାଥି ଓ ସମ୍ପର୍କୀୟମାନଙ୍କ ନାମରେ ବେଆଇନ ଭାବେ ସମ୍ପତି ଠୁଳ କରିଥିବା ଅଭିଯୋଗ ରହିଛି । ଫଳରେ ଏହି ପୁଲିସ ବାବୁ ଭିଜିଲାନ୍ସ ନଜର ରେ ରହିଥିଲେ । ଅଭିନବଙ୍କ ବେଆଇନ ସମ୍ପତ୍ତିର ଯାଞ୍ଚ୍ ପାଇଁ ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ଜଟଣୀ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ୮ଟି ଟିମ୍ ଛାନଭିନ୍ ଜାରି ରଖିଛନ୍ତି।

- Advertisement -

Leave A Reply

Your email address will not be published.