Take a fresh look at your lifestyle.

ବିଶ୍ୱ ବନ୍ଧୁତ୍ୱ ଦିବସରେ ତୃପ୍ତିପାଠାଗାର ପକ୍ଷରୁ ରକ୍ତଦାନ

0 23

ଭୁବନ : ରକ୍ତ ମଣିଷକୁ ଚଳଚଂଚଳ କରାଏ । ରକ୍ତ ବିନା ମଣିଷ ବଂଚିବା ଅସମ୍ଭବ । ରକ୍ତର ଆବଶ୍ୟକତା କୃତ୍ରିମ ଉପାୟରେ ପୁରଣ କରାଯାଇ ପାରିବ ନାହିଁ ।

କେବଳ ଦାନୀ ହିଁ ଦାନ କରି ଅନ୍ୟର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିବ ବୋଲି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଟୋଲଙ୍କ ବେରେଣୀ କେନାଲ ରୋଡ ଠାରେ ଥିବା ପ୍ରଜାପିତା ବୁହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଉପ କେନ୍ଦ୍ର ଆଶ୍ରମ ପରିସରରେ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ କହିଥିଲେ ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ଭୁବନ ନଗରପାଳ ଶୁଭେନ୍ଧୁ ସାହୁ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆର୍ଯ୍ୟ ସମାଜ ସଂପାଦକ ମଳୟ କୁମାର ତ୍ରୀପାଠୀ , ବରିଷ୍ଠ ନାଗରିକ ଜନସ୍ୱାର୍ଥ ଟ୍ରଷ୍ଠର ଅଧକ୍ଷ ରଥ ସେଠୀ , ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀଧର ବେହେରା ସମାଜସେବୀ ସୁଧାକର ସାହୁ ଦୁର୍ଗାପ୍ରସାଦ ପୃଷ୍ଟି , ମନମୋହନ ସାହୁ , ଯୁବମୋର୍ଚ୍ଚା ପକ୍ଷରୁ ଡମ୍ବରୁଧର ପାତ୍ର , ଶ୍ରୀ ଗଣେଷ ମେଳ ମହୋସôବ କମିଟି ସଭାପତି ଇଂ ଦୀପକ କୁମାର ବେହେରା , ସଂପାଦକ ଜିତେନ୍ଦ୍ର ଦାସ ,କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ , ଉପସଭାପତି ବିନୋଦ କୁମାର ମହାରଣା , ଓଡିଶା ଡ୍ରାଇଭର ମହାସଂଘ ଭୁବନ ଶାଖାର ସଭାପତି ବାବୁଲି କୁମାର ସାହୁ ଯୋଗଦେଇଥିଲେ ।

  ଶାଖା ପରିଚାଳିକା ବ୍ରହ୍ମାକୁମାରୀ ବିଜୟା ଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାବେଳେ ତୃପ୍ତିପାଠାଗାର ର ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

- Advertisement -

Leave A Reply

Your email address will not be published.