Take a fresh look at your lifestyle.

କଇରାନାଳୀ ଉପ୍ରା ବିଦ୍ୟାଳୟ ର ଶିକ୍ଷା ବିପର୍ଯ୍ୟୟ ବ୍ୟବସ୍ଥା କୁ ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

0 93

କାମାକ୍ଷାନଗର (ରାଜ କିଶୋର ରାଉତ): ଢେଙ୍କାନାଳ ଭୁବନ ବ୍ଲକ ର କଇରାନାଳୀ ଉପ୍ରା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଭାବକ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୬୮ ଜଣ ଶିକ୍ଷା ଲାଭ କରୁଛନ୍ତି ହେଲେ ୩ ଜଣ ମାତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି I

ତେଣୁ ଆଉ ୨ ଜଣ ଶିକ୍ଷକ ନିଯୁକ୍ତି କରାଯାଉ.ଏଠାରେ କାର୍ଯ୍ୟ ରେ ଥିବା ଶିକ୍ଷକ ମାନେ ପିଲାଙ୍କୁ ପାଠ ନା ପଢ଼ାଇ ମୋବାଇଲ ରେ ବ୍ୟସ୍ତ ରହୁଛନ୍ତି,ପାଠ ପଢା ସଠିକ୍ ଭାବରେ ପଢା ହେଉନାହିଁ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ୧୦ ରୁ ୨ ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି,ବିଦ୍ୟାଳୟ ରେ ପାଠ ପଢା ବିପର୍ଯ୍ୟସ୍ତ ହଉଥିବା ଦୃଷ୍ଟି ରୁ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କର ଖାମଖିଆଲି ଯୋଗୁ C. R.C ଶ୍ରୀକାନ୍ତ କୁମାର ମିଶ୍ର ଙ୍କୁ ବାରମ୍ଵାର ଅଭିଯୋଗ ସତ୍ତ୍ଵେ ସେ କୁହନ୍ତି ଏଠାରୁ ନାମ କାଟି ନେଇ ଅନ୍ୟ ଯାଗାରେ ଲେଖାନ୍ତୁ ।

ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଅଭିଯୋଗ କଲେ ସେମାନେ ସେଇ ଉତ୍ତର ଦେଉଛନ୍ତି । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଧାନ ଶିକ୍ଷକଙ୍କ ପାଖରେ ବାରମ୍ଵାର ଅଭିଯୋଗ ସତ୍ତ୍ଵେ ଏଥିରେ ସୁଧାର ଆସୁନାହିଁ, ଯାହା ଦ୍ଵାରା ଅଭିଭାବକ ମାନେ ଅତିଷ୍ଟ ହୋଇ ଗତକାଲି ୨୨ ତାରିଖ ଦିନ କୌଣସି ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟକ ଛାଡି ନଥିଲେ ଏବଂ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଏବଂ ଅନ୍ୟାନ୍ୟ ଅଭିଭାବିକ ମାନେ ଭୁବନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଅଭିଯୋଗ କରିବାକୁ ଯାଇ ଶୁଣିଲୁ,ଭୁବନ B.O ପ୍ରକୃତ ପିଲା ସୁଖ୍ୟା ୪ ଥିବା ସମୟରେ ୩୮ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ଅଛନ୍ତି ବୋଲି ଅଭିଭାବକ ଙ୍କୁ ସୂଚନ ଦେଇଥିଲେ ।

ମାତ୍ର ୪ ଜଣ ଛାତ୍ର ଯାଇଥିଲା ବେଳେ କିଭଳି ଭାବରେ ୩୮ ରେ ପରିଣତ ହେଲା । ଏଠାରେ କିଭଳି ଭାବରେ ମଧ୍ୟାନ୍ନ ଭୋଜନ ହରିଲୁଟ ହେଉଛି ଏହା ହେଉଛି ଜ୍ଵଳନ୍ତ ଉଦାହରଣ ଓ ଗତକାଲି କେଉଁ ୩୮ ଜଣ ଛାତ୍ର ଛାତ୍ରୀ ଉପସ୍ଥିତି ଥିଲେ ତାହାର ତଦନ୍ତ କୈଣସି ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ସ୍କୁଲ କମିଟିର ଉପସ୍ତିତିରେ କରିବାକୁ ସେମାନେ ଦାବି କରିଛନ୍ତି ଓ କେଉଁ ଥିପାଇଁ ତାଙ୍କୁ ଆଦର୍ଶ ଶିକ୍ଷକତ୍ରୀ ପୁରସ୍କାର ଦେଇଛନ୍ତି ତାହା କମିଟିର ସଭାପତି ଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି ।

ଯେଉଁ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କର ଅବହଳା ଯୋଗୁ ଅଭିଭାବକ ଓ ଛାତ୍ର ଛାତ୍ରୀ ଅତିଷ୍ଠ ସେଇ ଶିକ୍ଷକ ଓ ଶିଷୟତ୍ରୀ ମାନଙ୍କୁ ପୁରସ୍କାର ଦିଆ ହେଉଛି ତା ହେଲେ ଶିକ୍ଷା ବ୍ୟବସ୍ଥା କିଭଳି ଚାଲୁଛି ବୋଲି ଜିଲ୍ଲାପାଳ ଙ୍କୁ ପତ୍ର ମାଧ୍ୟମରେ ବେଲାଳସେନ ପ୍ରଧାନ, ବନିତା ସ୍ଵାଇଁ, ବନିତା ଲେଙ୍କା, ଅରବିନ୍ଦ ଲେଙ୍କା,ଗିରିଧାରୀ ରାଉତ,ଅକ୍ଷୟ ରାଉତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

- Advertisement -

Leave A Reply

Your email address will not be published.