Take a fresh look at your lifestyle.

ସଖୀ ୱାନ ଷ୍ଟପ ସେଣ୍ଟର ପରିସରରେ ସ୍ୱାଧିନତା ଦିବସ ପାଳନ

0 58

ଢେଙ୍କାନାଳ: ସଖୀ ୱାନ ଷ୍ଟପ ସେଣ୍ଟର ପରିସରରେ ୭୫ ବର୍ଷ ପୂର୍ତି ଅବସରରେ ସ୍ୱାଧିନତା ଦିବସ ପାଳନ ହୋଇଯାଇଛିା ଏହି ପବିତ୍ର ଦିବସରେ ସର୍ବ ପ୍ରଥମେ ଅନୁଷ୍ଠାନର ନିର୍ଦେଶକ ଉଦେୟନ୍ଦୁ ମିଶ୍ର  ଜାତୀୟ ପତାକା ଉତ୍ତୋଳନ କରି ଦିବସର ଅନୁଚିନ୍ତା ପ୍ରଦାନ କରି ସ୍ୱାଧୀନତା ଆଣିଦେଇଥିବା ବରପୁତ୍ର ମାନଙ୍କ ସମ୍ପର୍କରେ ଅବତାରଣ କରିଥିଲେ।

ଆଡ୍ଭୋକେଟ୍ ବସନ୍ତ କୁମାର ରଥ ତାଙ୍କ ଅଭିଭାଷଣରେ ଶାନ୍ତି, ପ୍ରଗତି, ମୈତ୍ରୀ ର ବାର୍ତା ଦେଇଥିଲେ । ଏହା ପରେ କେନ୍ଦ୍ର ପ୍ରଶାସିକା ଲଳିତା ସାହୁ ଆମ ଜିଲ୍ଲାରେ ନିଯ୍ୟାତିତା ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଏବଂ ଆହୁରି ମଧ୍ୟ ମାନସିକତା ର ପରିବର୍ତନ ଆବଶ୍ୟକ ବୋଲି କହିଥିଲେ ।

ପ୍ରାରମ୍ଭରେ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଳେ । ଏହି ପୂର୍ତି ଅବସରରେ ଢ଼େଙ୍କାନାଳ ର ମୁଖ୍ୟ ଚିକିସôାଳୟ ରେ (ସଖୀ) ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ।

- Advertisement -

Leave A Reply

Your email address will not be published.