Take a fresh look at your lifestyle.

ଆମ୍ ଆଦମୀ ପାର୍ଟି ର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

0 38
ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ଆମ୍ ଆଦମୀ ପାର୍ଟି ପକ୍ଷରୁ ପାଳିତ ହୋଇଯାଇଛି l ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଧ୍ବଜାରୋହଣ କରିଥବା ବେଳେ ଗଁଦିଆରେ ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ସଦର ବ୍ଲକ ଭାପୁରରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ପରଜଙ୍ଗ ବ୍ଲକରେ ପର୍ଯ୍ୟବେକ୍ଷକ ବିଭୁରଞ୍ଜନ ସାହୁ ଏବଂ କାମାକ୍ଷା ନଗର ବ୍ଲକରେ ବ୍ଲକ ଉପସଭାପତି ରଞ୍ଜନ ସାହୁ ଧ୍ବଜାରୋହଣ କରିଥିଲେ l
 ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସକ୍ରିୟ ସଦସ୍ୟ ଏବଂ ବିଭିନ୍ନ ଉତ୍ସବରେ ଗ୍ରାମୀଣ ଲୋକଙ୍କ ସହିତ ବିଦ୍ୟାଳୟର ପିଲାମାନେ ଯୋଗ ଦେଇଥିଲେ l କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ସ୍ୱାଧୀନତାର ମହତ୍ତ୍ୱ ଏବଂ ବିଶ୍ୱରେ ଭାରତକୁ ଏକ ନମ୍ବର ରାଷ୍ଟ୍ର ତିଆରି କରିବା ସମ୍ପର୍କରେ ଆହ୍ୱାନ ଦେଇଥିଲେ l

- Advertisement -

Leave A Reply

Your email address will not be published.