Take a fresh look at your lifestyle.

ଜିଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଗୌରବ ଯାତ୍ରା ଅନୁଷ୍ଠିତ

0 20

ଢେଙ୍କାନାଳ:ଗଁଦିଆ ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ସରୋଜ ପଟ୍ଟନାୟକ, ବ୍ଲକ କଂଗ୍ରେସ କମିଟି ସଭାପତି ଶେଷଦେବ ମହାପାତ୍ର, ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର, ଜିଲ୍ଲା ଉପସଭାପତି ଡମ୍ବରୁଧର ସେଠି, ସୁବାଷ ପାଳ, ନିର୍ମଳ ମିଶ୍ର ଏବଂ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଜନ ଜାଗରଣ ଯାତ୍ରା କୁ ସଫଳ କରିଥିଲେ ।

ସ୍ଥାନୀୟ ଝାରଦା ମଠାରୁ ପଦଯାତ୍ରା ବାହାରି ଷଡ଼ଙ୍ଗୀ ଗ୍ରାମ ପଂଚାୟତ ଅତିକ୍ରମ କରି ଧନିଆନାଳୀ ଏବଂ ବୀର ଶହୀଦ ତୁଷାର ବରାଳଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ ।

ସେହିପରି ଅପରାହଣ ୫ଘଟିକା ସମୟରେ ଢେଙ୍କାନାଳ ଟାଉନ କଂଗ୍ରେସ କମିଟି ଆନୁକୂଲ୍ୟରେ ଗୌରବ ଯାତ୍ରା ସମ୍ମାପନ ହୋଇଯାଇଅଛି । ଏଥିରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଟାଉନ କଂଗ୍ରେସ କମିଟି ସଭାପତି ହାଇଦର ମହମଦ , ପୂର୍ବତନ ମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଏଆଇସିସି ସଭ୍ୟା ସମ୍ସିଦା ତାୟବ, ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର, ନିର୍ମଳ ମିଶ୍ର, ସୁନୀଲ ଦାଶ, କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁ, ପଛୁଆ ବର୍ଗ ଅଧକ୍ଷ ନିଶାକର ସାହୁ, ଜିତେନ୍ଦ୍ର ସାହୁ, ମହିଳା କଂଗ୍ରେସ ସଭାପତି ସ୍ମିତା ରାଣୀ ସାମଲ, ରୁବିନା ବେଗମ, ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାଶ ଏବଂ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଜନ ଜାଗରଣ ଯାତ୍ରା କୁ ସଫଳ କରି ଥିଲେ ।

ସ୍ଥାନୀୟ ଗାନ୍ଧୀ ମନ୍ଦିର ଠାରୁ ବାହାରି ଜବାହର ଚୌକ, ଗଣେଶ ବଜÿାର ଦେଇ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ଜନ ଜାଗରଣ ଯାତ୍ରା ସମ୍ମାପନ ହେଇଥିଲା ।

ଉକ୍ତ ଯାତ୍ରା ଅଗଷ୍ଟ ୯ କ୍ରାନ୍ତି ଦିବସରେ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତି ଠାରୁ ଆରମ୍ଭ ହୋଇ ଜିଲ୍ଲାର ୮ଟା ବ୍ଲକ, ୩ଟି ବିଜ୍ଞାପିତ ପରିଷଦକୁ ବୁଲି ପ୍ରାୟ ୭୫ କି.ମି. ଅତିକ୍ରମ କରି ଢେଙ୍କାନାଳ ବସ୍ଷ୍ଟାଣ୍ଡସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତି ଠାରେ ସମ୍ମାପନ ହୋଉଥିଲା ।

- Advertisement -

Leave A Reply

Your email address will not be published.