Take a fresh look at your lifestyle.

କେନାଲରେ ବୁଡି ମହିଳା ମୃତ୍ୟୁ: ଅପମୃତ ମାମଲା ରୁଜୁ

0 5

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କେନାଲରେ ବୁଡି ମହିଳାଙ୍କର ମୃତ୍ୟୁ ହୋଇଛି ।ମୃତ ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କରଗୋଳା ପଞ୍ଚାୟତ ବୁଢ଼ୀବିଲ ଗ୍ରାମର ସୁଶିଳା ମହାନ୍ତ(୪୫) ।ଗତକାଲି ସନ୍ଧ୍ୟା ୬ ଟା ବେଳେ କେନାଲ କୁ ଗାଧେଇ ବାକୁ ଯାଇଥିବା ବେଳେ କେନାଲ ପାଣି ଛାଡିବାରୁ ଗୋଡ଼ ଖସିଯାଇ ଭାସି ଯାଇଥିଲେ ଆଉ ଫେରି ନଥିଲେ ।

ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ଗାଁ ପିଲା ମାନେ ଓ କଙ୍କଡାହାଡ଼ ଅଗ୍ନିଶମ ବାହିନୀର ସହାୟତା ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲା ବେଳେ ପାଇ ନଥିଲେ ।

ଆଜି ସକାଳୁ ତାଙ୍କର ମୃତ ଦେହ କେନାଲରେ ଗାଧୁଇବା ତୋଠ ଠାରୁ ୫୦୦ ମିଟର ଦୁରରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ମୃତ ମହିଳାଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତ କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ।ଖବର ପାଇ ଘଟଣା ସ୍ଥଳରେ କଙ୍କଡାହାଡ଼ ପୋଲିସ ପହଁଚି ଶବକୁ ଉଦ୍ଧାର କରି ସବ ବ୍ୟବଚ୍ଛେଦ କରିବା ପାଇଁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ କୁ ପଠାଇ ସବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଚଳାଇଛନ୍ତି ।

ଏହି ଖବର ପାଇ କଙ୍କଡାହାଡ଼ ବ୍ଲକ ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଘଟଣା ସ୍ଥଳକୁ ଯାଇ ଶୋକ ବ୍ୟକ୍ତ କରିଥିଲେ ।ତାଙ୍କ ବିୟୋଗରେ ବୁଢ଼ୀବିଲ ଗାଁ ରେ ଶୋକର ଛାୟା ଖେଳିଯାଇଛି ।

ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏକ ଅପମୃତ ମାମଲା ରୁଜୁ ହେଇ ଅଧିକ ତଦନ୍ତ ଜାରିଅଛି ।

- Advertisement -

Leave A Reply

Your email address will not be published.