କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମାଆକୁ ହରାଇଥିବା ରୋଜଗାରକ୍ଷମ ବଡ ପୁଅ ଉପରେ ଭାଇ ଭଉଣୀ ତିନି ଜଣ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରୁଥିବା ଏକ ପରିବାର ରହିଛି ।
ପରିବାରର ବାପା ଦିବାକର ସିଂହ ଓ ମାତା କାମିନୀ ସିଂହଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୋବିନ୍ଦ ଚନ୍ଦ୍ର ସିଂହବୟସ (୨୩)ବର୍ଷ ଉପରେ ପରିବାର ମୁଣ୍ଡ ଉପରେ ନଳିତା ବିଡା ସଦୃଶ ଦାୟିତ୍ଵଭାର ଲଦି ହୋଇଗଲା ।
ପରିବାରରେ ଏକାକୀ ଗୋବିନ୍ଦ ରୋଜଗାରକ୍ଷମ ହୋଇଥିବାରୁ ଆଜି ଏହି ଅସହାୟ ପରିବାରଠାରୁ ଭଗବାନଙ୍କ ତାଙ୍କ ପାଇଁ ଆହୁରି ଜଟିଳ କଷଣ ଦେଇଛନ୍ତି । ଆଜକୁ ଦୁଇ ବର୍ଷ ଧରି ଗୋବିନ୍ଦଙ୍କ ଦେହରେ ରୋଗର ଲକ୍ଷଣ ଦେଖାଦେବାରୁ ପରିବାର ପାଇଁ ଚିନ୍ତାର କାରଣ ପାଲଟି ଯାଇଛି ।
ପରିସ୍ରା ସାଙ୍ଗକୁ କିଡ଼ିନ ରୋଗର ଲକ୍ଷଣ ହେବାରୁ ଅର୍ଥ ଅଭାବରୁ ନିଜେ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଗୋଟିଏ ପଟେ ପରିବାର ଚଳିବା ଅନ୍ୟ ପଟେ ଏହି ରୋଗ ଦାଉରୁ ମୁକ୍ତି ପାଇବା । ଏପଟେ ପରିବାରରେ ନିର୍ଭର କରୁଥିବା ବୃଦ୍ଧା ଜେଜେମା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ବୟସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହି ବୃଦ୍ଧା ଜେଜେମା ପ୍ରତି ପଞ୍ଚାୟତ ଜନପ୍ରତିନିଧିଙ୍କ ଦୃଷ୍ଟି ପଡୁଛି ନା ପ୍ରଶାସନର ଦୃଷ୍ଟି ପଡୁଛି ।ଏପରି ସ୍ଥଳେ ଏହି ପରିବାରରେ ବଡ ବଡ ଭାଇଭଉଣୀ ସାଙ୍ଗକୁ ଜେଜେମା କିପରି ଏହି ଅଭାବଅନଟନ ମଧ୍ୟରେ କାଳାତିପାତ କରିବେ ସେଥି ନେଇ ଗୋବିନ୍ଦଙ୍କ ଆଖିରୁ ନିଦ ହଜେଇ ଦେଇଛି ।
ନିଜର ରୋଗ ଦାଉରୁ ରକ୍ଷା ପାଇବା ଓ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୋବିନ୍ଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।