Take a fresh look at your lifestyle.

ବିନା ସୂଚନା ଫଳକରେ ନିମ୍ନ ମାନର କଂକ୍ରିଟ ରାସ୍ତା ନିର୍ମାଣ ; ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ ।

କନିଷ୍ଟ ଯନ୍ତ୍ରୀଙ୍କ ଜାଗାରେ ଅନ୍ୟଜଣେ କାମର ତଦାରଖ କରୁଛନ୍ତି ।

0 35

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଖନ୍ଦା ଗ୍ରାମର ପଦ୍ମପୁର ସାହିରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଅଛି ।ଏହା କେଉଁ ଅନୁଦାନରୁ କେତା ଟଙ୍କା ଅଟକଳରେ ରାସ୍ତା ନିର୍ମାଣ ହେଉଅଛି ନାଗରିକ ମାନଙ୍କ ଜାଣିବା ପାଇଁ କୌଣସି ସୂଚନା ଫଳକ ନାହିଁ ।କୌଣସି କାର୍ୟ୍ଯ ଆରମ୍ଭ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ନିର୍ମାଣ କରିବାର ନିୟମ ଥିଲା ବେଳେ ଏଠି ନିୟମକୁ ଫୁ କରି ନିମ୍ନ ମାନର କାମ କରିବାରେ ଲାଗିପଡିଛନ୍ତି ଠିକାଦାର ।

ସରକାରୀ ନିୟମ ଅନୁସାରେ କଂକ୍ରିଟ ରାସ୍ତା ନିର୍ମାଣ କରାଯିବା ପାଇଁ ଏକ ଏଷ୍ଟିମେଟ କରାଯାଇ ସେହି ହିସାବରେ କନିଷ୍ଟ ଯନ୍ତ୍ରୀଙ୍କ ତଦାରଖରେ କାମ କରାଯାଏ ।ରାସ୍ତାରେ ପ୍ରଥମେ ବାଲି ଭର୍ତି କରାଯାଇ ତାଉପରେ ପାଣି ପକାଇ ୪ଇଞ୍ଚ ଲେବଲ କରିବାର ନିୟମ ଥିଲା ବେଳେ ଏଠି ୧.୫ ଇଞ୍ଚ ରୁ ୨ ଇଞ୍ଚ ବିନା ପାଣି ପକାଇ କାମ ହେଉଅଛି।

ଅପରପକ୍ଷେ ମେଟାଲିଙ୍ଗ ଭାଗ ସରକାରୀ ନିୟମ ଅନୁସାରେ ସିମେଣ୍ଟ ୧ ବସ୍ତା,ବାଲି ୩ କଡେଇ, ମେଟାଲ ୬ କଡେ଼ଇ ମିଶ୍ରଣ କରି ଭାଗ ଥିଲା ବେଳେ ଏଠି ଠିକାଦାର ଏବଂ କନିଷ୍ଟ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ମେଟାଲିଙ୍ଗ ଭାଗ ସିମେଣ୍ଟ ଅଧ ବସ୍ତା,ବାଲି ୭ କଡେଇ,ମେଟାଲ ୭ କଡେଇ ମିଶ୍ରଣ ର ଭାଗ କରାଯାଉଥିବା ସ୍ୱକାର କରିଛନ୍ତି କାମ କରୁଥିବା ଶ୍ରମିକ ।

ସବୁଠାରୁ ରୋଚକର ବିଷୟ ଏହି କାର୍ୟ୍ଯ ରେ ନିମ୍ନ ମାନର ରାମକୋ ସିମେଣ୍ଟ ବ୍ୟବହୃତ ହେଉଥିବା ଅଭିଯୋଗ ହେଉଅଛି ।

ଏ ସମ୍ପର୍କରେ କନିଷ୍ଟ ଯନ୍ତ୍ରୀ ପ୍ରଦୀପ ମଲ୍ଲିକଙ୍କ ସହିତ ଯୋଗାଯୋଗ କରି ପଚାରିଲୁ ବିନା ସୂଚନା ଫଳକରେ କାମ କେଉଁ ଅନୁଦାନରୁ ହେଉଅଛି ଏହା ଶୁଣି କନିଷ୍ଟ ଯନ୍ତ୍ରୀ ବାଉଳେଇ ଚାଉଳେଇ ହେଇ କହିଲେ ଏସଡ଼ିଭି ଅନୁଦାନରୁ ୫ ଲକ୍ଷ ଟଙ୍କାର କାମ ପୁଣି କହିଛନ୍ତି ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ।

ଏଠି ପ୍ରଶ୍ନ ଉଠେ ରାସ୍ତା ନିର୍ମାଣ କାମ ଚାଲୁଅଛି କେଉଁ ଅନୁଦାନରୁ କାମ ହେଉଅଛି କନିଷ୍ଟ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ କହିପାରୁ ନାହାଁନ୍ତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି ।

କାମ ନିମ୍ନ ମାନର ବିଷୟରେ ପଚାରିବାରୁ ସେ କହିଛନ୍ତି କାମ ଠିକ ହେଉଅଛି କନିଷ୍ଟ ଯନ୍ତ୍ରୀ କାମ ହେଉଥିବା ଜାଗାକୁ ନିଜେ ନଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କାମର ତଦାରଖ ପାଇଁ ପଠାଇବା କେତେଦୂର ଯୁକ୍ତିଯୁକ୍ତ ।

ରାଜ୍ୟ ସରକାର ବ୍ଲକ କୁ ମୋସରକାର ଓ ୫ଟି ରେ ସାମିଲ କରିଥିଲା ବେଳେ ସାଧାରଣ ଜନତାଙ୍କ ପାଇଁ ନିର୍ମାଣ ହେଉଥିବା ରାସ୍ତାର ତଦାରଖ ପାଇଁ କନିଷ୍ଟ ଯନ୍ତ୍ରୀ ନିଜେ ନଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରାଜଆଳ ଭଳି ପଠାଇ କାମ ତଦାରଖ କରୁଥିବାରୁ ରାସ୍ତାର ସ୍ଥାଇତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି ।

ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ସେହି ଚିରାଚରିତ ଢଙ୍ଗ ରେ କହିଲେ ମୁଁ ଜାଣି ନାହିଁ କନିଷ୍ଟ ଯନ୍ତ୍ରୀଙ୍କୁ ପଚାରି ମତାମତ ଦେବୀ ।

- Advertisement -

Leave A Reply

Your email address will not be published.