Take a fresh look at your lifestyle.

ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଆହତ

ଭାଉଜ ଆଣିଲେ ଥାନାରେ  ଅଭିଯୋଗ

0 76

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ପରଜଙ୍ଗ ବ୍ଲକ ମାଣକିମରା ପଞ୍ଚାୟତର କାଦୁପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଗୁରୁତର । ସୂଚନା ମୁତାବକ କାଦୁପଡା ଗ୍ରାମର ବାବୁ ସାହୁ(୪୦) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି ,ସେ ଅସ୍ଥାୟୀ କର୍ମଚାରୀ ଭାବରେ ହାତୀ ସ୍କାଡରେ କାର୍ଯ୍ୟରତ ଥିଲେ ।

କୈଣସି କାରଣରୁ ବାବୁଙ୍କୁ ବନ ବିଭାଗର ଉଚ୍ଚ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଓ ଛଅ ମାସ ର ପାରିଶ୍ରମିକ ପାଇ ନଥିବାରୁ ଗତ ୧୮/୦୭/୨୦୨୨ ରିଖ ସୋମବାର ଦିନ ପରଜଙ୍ଗ ସମତି କାର୍ଯ୍ୟାଳୟର ସଭାଗୃହ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ବେଳେ ବାବୁ ସାହୁ ଦେହରେ କିରୋସିନ ଢାଳିହୋଇ ଆତ୍ମହୁତି ଉଦ୍ୟମ କରିଥିଲେ ।

ମାନସିକ ଭାରସାମ୍ୟ ଅବସ୍ଥାରେ ଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ସେ ଓ ତାଙ୍କ ସ୍ତ୍ରୀ ନିଜ ବାସଗୃହରେ ଥିବା ସମୟରେ ତାଙ୍କ ସାନଭାଇ ରାଜନ ସାହୁ ମନ୍ଦ ଉଦ୍ଦେଶ୍ୟରେ ଆସି ଭାଉଜଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଓ ଟଣାଓଟରା କରିଥିଲେ ।

ଏହାକୁ ବାବୁ ବିରୋଧ କରିଥିଲେ ଏଥିରେ ଉତକ୍ଷିପ୍ତି ହୋଇ ରାଜନ ଏକ ପନଖିରେ ନିଜ ବଡ଼ ଭାଇକୁ ଆକ୍ରମଣ କରିଥିଲେ ଯାହା ଫଳରେ ଭିନ୍ନକ୍ଷମ ଭାଇର ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ତୁରନ୍ତ ତାଙ୍କୁ ସଙ୍ଗେସଙ୍ଗେ ପଡୋଶୀ ଲୋକଙ୍କ ସହଯୋଗ ରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ତାଙ୍କର ଚିକିତ୍ସା କରି ବାବୁ ସାହୁ ଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ସାହୁ(୩୨) ପରଜଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଏନେଇ ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି କି ଅଭିଯୋଗ ଆସିଛି ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।

- Advertisement -

Leave A Reply

Your email address will not be published.