Take a fresh look at your lifestyle.

ଚି ଚି ଚି ଚିଟଫଣ୍ଡ ଡ ଡ ଡ

କାମାକ୍ଷା ପ୍ରସାଦ ବେହେରା

0 16

ଚିଟଫଣ୍ଡ ଠକେଇରେ ପଡିଛୁ ଭାଇ
ଭଲମନ୍ଦ ନ ଖାଇକି ସଞ୍ଚିଲୁ ଯାଇ ।
ଠକ କହି ସରକାର ମାଡି ବସିଲେ

ହଟହଟା ଜମାକାରୀ ତେଣୁ ହୋଇଲେ ।
ଅଉଷଧ କିଣିବାକୁ ମିଳୁନି ଟଙ୍କା
ଶୁଣାଯାଏ ସରକାର ଟାଳିଵେ ଶଙ୍କା
କେବେଠାରୁ ପୁରିଲାଣି ସଞ୍ଚୟ କଣ୍ଟ,
ଫେରେଇଵେ କେବେ ଟଙ୍କା ଦିଶୁନି ବାଟ ।

ତଦାରଖ କରିବାକୁ ହୁକୁମ ହୁଏ
ହାକିମଙ୍କ ଅଙ୍କ କଷା ଖାତାରେ ରହେ
ଖବର କାଗଜେ କେତେ ଖବର ପଢୁ,
ଟଙ୍କା ସହ ବାବୁ ଵନ୍ଧା ପଡ଼ିଲେ ସଵୁ
ଜମାକାରୀ ଟଙ୍କା ପାଏ ଖବର ନାହିଁ,
ମଧ୍ୟସ୍ଥିଏ ନିଜ ଦୋଷ ଘୋଡାନ୍ତି ରହି।

ଟଙ୍କା ବିନା ଝିଅ ରହେ ଵାହା ନହୋଇ,
ମରାମତି ବିନା ଘର ଗଲାଣି ଶୋଇ।
ବିଳମ୍ବ ନକରି ଶୁଣ ହେ ସରକାର ,
ଗରୀଵଙ୍କ ସ୍ବପ୍ନ ଶିଘ୍ର ପୁରଣ କର ।

- Advertisement -

Leave A Reply

Your email address will not be published.