Take a fresh look at your lifestyle.

ସ୍ବତନ୍ତ୍ରତାର ୭୫ ବର୍ଷ ପାଳନ ନିମନ୍ତେ ଅମୃତମହୋତ୍ସବ ସମାରୋହ କମିଟି ଗଠନ

0 47

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ଦେଶ ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଦେଶରେ ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଅଛି ।ମହାନ ଦେଶ ଭକ୍ତ ମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଦେଶ ଅଗଷ୍ଟ ମାସ ୧୫ ତାରିଖ ୧୯୪୭ ମସିହାରେ ସ୍ୱାଧୀନତା ପାଇଥିଲା । ଏଥିପାଇଁ ବିଭିନ୍ନ ପ୍ରକାର ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

ଦେଶ ମାତା ପାଇଁ ବଳିଦାନ ଦେଇଥିବା ସହିଦଙ୍କ ସ୍ମରରଣରେ ତ୍ରିରଙ୍ଗା ଯାତ୍ରା,ପ୍ରଦୀପ ପ୍ରଜ୍ୱଳନ,ବକୃତା ପ୍ରତିଯୋଗିତା,ଗଣଦୌଡ଼,ଆଲୋଚନା ଚକ୍ର ଅନୁଷ୍ଠିତ ହେଉଅଛି ।

ଏଥିପାଇଁ କଙ୍କଡାହାଡ଼ ବ୍ଲକରେ ଏକ କମିଟି କଙ୍କଡାହାଡ଼ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଗଠନ କରାଯାଇଅଛି ସଂଯୋଜକ ଚନ୍ଦ୍ରକାନ୍ତ ମହାନ୍ତ,ସହ ସଂଯୋଜକ ନରେନ୍ଦ୍ର କୁମାର ସିଂହ, ବକ୍ତା ପ୍ରମୁଖ ବ୍ରହ୍ମାନନ୍ଦ ବାରିକ, ଶୋଭାଯାତ୍ରା ପ୍ରମୁଖ ଆସୋତୋଷ ପଣ୍ଡା, ଗ୍ରାମ ସଭା ପ୍ରମୁଖ ଦୀନବନ୍ଧୁ ସିଂହ,ବିଦ୍ୟାଳୟ ପ୍ରମୁଖ ଲଷ୍ମୀଧର ମହାନ୍ତ, ମହାବିଦ୍ୟାଳୟ ପ୍ରମୁଖ ଦାମୋଦର ବେହେରା,ଦୀପ ପ୍ରଜ୍ଵଳନ ପ୍ରମୁଖ ପ୍ରଭାତି ବରାଳ,ପ୍ରଚାର ପ୍ରସାର ପ୍ରମୁଖ ଭାବେ ଅରବିନ୍ଦ ପାଳ ମନୋନୀତ ହେଇଥିଲେ ।

- Advertisement -

Leave A Reply

Your email address will not be published.