Take a fresh look at your lifestyle.

ଭୁବନ ରେ ରାସ୍ତା କଥା ବୁଝିବ କିଏ?

0 13

ଭୁବନ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ / ରାସ୍ତା ନଂ ୫୩ କଥା କହୁଛି। ବିଶେଷ କରି କଲେଜ ରୋଡ ରେ ନରହରି ସାହୁ ଙ୍କ ପେଟ୍ରୋଲ ପମ୍ପ ଠାରୁ କାଳୀ ବଜାର ଛକ୍ ଦେଇ ଭୁବନ କୋର୍ଟ ପର୍ଯ୍ୟନ୍ତ ଯାଇ ଥିବା ଜାତୀୟ ରାଜପଥ ରାସ୍ତା ର ଖାଲ ଖମା, ଦୂରବସ୍ଥା କଥା ଏଠାରେ ଉଲ୍ଲେଖ କରୁଛି। ଏହି ରାସ୍ତା କୁ ଖାଲି ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ରାସ୍ତା ସାରା ଗାଢ଼, ଖାଲ ଖମା ରେ ଭର୍ତ୍ତି।

ଏହି ରାସ୍ତା ରେ ଲୋକ ଟିଏ ଚାଲି କରି ଯିବା ମଧ୍ୟ ସମ୍ଭବ ହେଉ ନାହିଁ। ତା ବାଦ ବର୍ଷା ଲାଗି ରହିଥିବା ବେଳେ, ଅବସ୍ଥା ଆହୁରି ଅସମ୍ଭାଳ ହେଇ ପଡ଼ୁଛି ହେଲେ ଏ ରାସ୍ତା ମରାମତି/ ନିର୍ମାଣ ହେବ କେବେ? ସାଧାରଣ ଲୋକ ଟିଏ ଏ ରାସ୍ତା ରେ ଚାଲି କରି ଯିବା ଭଳି ଏ ରାସ୍ତା କୁ ନିର୍ମାଣ କରାଯିବା ଦରକାର। ହେଲେ ରାସ୍ତା ମରାମତି ହେବ କେମିତି? ଜାତୀୟ ରାଜପଥ ବିଭାଗ ର ବଡ ପଣ୍ଡା ମାନେ ପ୍ରଚଣ୍ଡ ଗାଲୁଆ ଓ ମାଡୁଆ ହୋଇପଡ଼ିଛନ୍ତି।

ବିଜୁ ବାବୁ ଥିଲେ ଏ ଗୁଡ଼ାଙ୍କୁ ମାଡ଼ ତତ୍ତ୍ଵ ପ୍ରୟୋଗ କରି ସାବାଡ କରି ସାରନ୍ତେଣି। ଏ ବିଭାଗ ଢେଙ୍କାନାଳ ଜିଲ୍ଲାପାଳ ର କଥା ଶୁଣୁନି। ଢେଙ୍କାନାଳ ରେ ଏବେ ବନ୍ଦ ପାଳନ କରାଗଲା। ଏ ବିଭାଗ ମଧ୍ୟ ଅନୁଗୁଳ ଜିଲ୍ଲାପାଳ କଥା ମାନୁନି। ଅନୁଗୋଳ ରେ ମଧ୍ୟ ବନ୍ଦ ପାଳନ କରାଗଲା। ହେଲେ ରାସ୍ତା କାମ କରା ହେଉନି।

ଭୁବନ ପାଇଁ କହିବ ବା କିଏ? ଏଠାରେ କିଛି ଲୋକ ମିଆଉଁ ମିଆଉଁ ହେଉଛନ୍ତି। ଏଠାରେ ମାଆ ବାପା ବୋଲି କେହି ନାହାନ୍ତି। ଭୁବନ ପାଇଁ ସ୍ୱର ଉଠାଇବ ବା କିଏ? ଆମର ନେତା ମାନେ ତ ସହଜରେ ଶୋଇ ପଡିଛନ୍ତି। କାହା ପାଟି ରୁ କଥା ବାହାରୁ ନାହିଁ। କହିବାକୁ ଗଲେ ଏଠାରେ ନେତା ପ୍ରବଳ ଠକ ପଣ୍ଡିତ ପ୍ରବଳ, ସମସ୍ୟା ମାଳମାଳ।

ଏବେ ବି ବେଳ ଅଛି। ଭୁବନ ର ସାଧାରଣ ଲୋକ ମାନେ ସ୍ୱର ଉତ୍ତୋଳନ କଲେ, ଏ ରାସ୍ତା ସମସ୍ୟା ଦୂର ହେବ। କେତେ ଦିନ ଆମେ ଆଉ ଚୁପ୍ ହୋଇ ବସିବା?

ଅଲେଖ ଚନ୍ଦ୍ର ତ୍ରିପାଠୀ
ବରିଷ୍ଠ ସାମ୍ବାଦିକ , ଆଡଭୋକେଟ ଓଡ଼ିଶା ହାଇକର୍ଟ
ସଭାପତି , ଭୁବନ ନାଗରିକ ମଞ୍ଚ

- Advertisement -

Leave A Reply

Your email address will not be published.