Take a fresh look at your lifestyle.

ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ଆଦିତ୍ୟର ଚିକିତ୍ସା ପାଇଁ ସମ ହସ୍ପିଟାଲରେ ଭର୍ତି କଲେ

0 18

କାମାକ୍ଷାନଗର: କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଂଚାୟତ ତୋରଡ଼ାନାଳୀ ଗ୍ରାମର ଦୁର୍ଯ୍ୟୋଧନ ସାହୁଙ୍କ ପୁଅ ଆଦିତ୍ୟ ସାହୁ(୧୨)ଅଜଣା ରୋଗରେ ପୀଡିତ । ୩ ବର୍ଷ ହେଲାଣି ଆଦିତ୍ୟ ଙ୍କ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚଳ ପ୍ରଚଳ ହେଉ ନାହିଁ । ଖେଳ କୁଦ ପାଠ ପଢିବା ବୟସରେ ଶଯ୍ୟାଶାୟୀ ।

ଆଦିତ୍ୟ ଏବେ ୭ମ ଶ୍ରେଣୀର ଛାତ୍ର ପାଠ ପଢିବା ପାଇଁ ଆଗ୍ରହ ଥିଲା ବେଳେ ଶାରିରୀକ ଅକ୍ଷମତା ପାଇଁ ବିଦ୍ୟାଳୟ ଯାଇ ପାରୁ ନାହିଁ । ବାପା ଦୁର୍ଯ୍ୟୋଧନ ଜଣେ ଦିନ ମଜୁରିଆ ଅନ୍ୟ ପାଖରେ କାମ କଲେ ପରିବାର ପ୍ରତିପୋଷଣ ହେଇଥାଏ । ଦିନେ କାମ ନକଲେ ପରିବାର ଭୋକିଲା ରହୁଥିଲା ବେଳେ ପୁଅ ଆଦିତ୍ୟ କୁ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚିକିତ୍ସା କରି ପାରୁ ନାହାନ୍ତି।

ଖବର ପାଇ କଙ୍କଡାହାଡ଼ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଆଦିତ୍ୟଙ୍କ ଘରେ ପହଁଚି ସମସ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା କଙ୍କଡାହାଡ଼ ବ୍ଲକ ପୁର୍ବତନ ଅଧ୍ୟକ୍ଷ କାର୍ତିକ ସାହୁ ନିଜେ ଯାଇ ଗତକାଲି ଚିକିତ୍ସା ପାଇଁ ଆଦିତ୍ୟ ସାହୁ ଙ୍କୁ ସମ ହସ୍ପିଟାଲର ସ୍ନାୟୁ ବିଭାଗରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ଓ ଅନ୍ୟାନ ଆର୍ଥିକ ସହାୟତା ଦେବେ ବୋଲି କହିଛନ୍ତି । ଏମିତି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

- Advertisement -

Leave A Reply

Your email address will not be published.