Take a fresh look at your lifestyle.

ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ବିୟୋଗରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘର ଶୋକସଭା

0 43

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ କାମାକ୍ଷାନଗର କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି(୩୨) ଆଜି ରାସ୍ତା ଦୁର୍ଘଟଣାରେ ତାଙ୍କର ବିୟୋଗରେ ଏକ ଶୋକସଭା କଙ୍କଡାହାଡ଼ ଠାରେ ଅନୁଷ୍ଠିତ ହେଇଥିଲା ।

ଦୁଷ୍ମନ୍ତ ଙ୍କ ପରଲୋକ ରେ ଓଡ଼ିଆ ସାମ୍ବାଦିକତା ପାଇଁ ଏକ ଶକ୍ତ ଧକ୍କା । ଯେଉଁଠି ଗୋଟିଏ ଗରିବ ଅସହାୟ ମଣିଷ ପ୍ରତି ଅନ୍ୟାୟ ହେଉଅଛି,ବନ୍ୟାରେ ପ୍ରଭାବିତ ଲୋକ ମାନଙ୍କ ପାଖରେ ପହଞ୍ଚନ୍ତି କାରଣ ଲୋକଙ୍କ ସମସ୍ୟା ପ୍ରଶାସନ ପାଖରେ ପହଞ୍ଚାଇ ସମସ୍ୟା ସମାଧାନ କରିବା ପାଇଁ ।

ସେ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ସଫଳତାର ସହିତ ରିପୋର୍ଟିଙ୍ଗ କରି କରି ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲେ । ଭୁବନ ଅଞ୍ଚଳର ବାପା ମା ଛେଉଣ୍ଡ ତିନି ଅନାଥ ଝିଅଙ୍କ ପାଇଁ ପିତା ସଦୃଶ ଥିଲେ । ତାଙ୍କ ବିୟୋଗରେ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

ଶୋକ ସଭାରେ ସଂଘ ସଭାପତି ରାଜେଶ କୁମାର ଦେହୁରୀ,ସାଧାରଣ ସମ୍ପାଦକ ଟୁକୁନ ବିଶ୍ୱାଳ, ଉପସଭାପତି ନବକିଶୋର ସାହୁ,ଦିପେଶ ପଣ୍ଡା, ଯୁଗ୍ମ ସମ୍ପାଦକ ସୁବାସ ପଧାନ, କୋଷାଧ୍ୟକ୍ଷ ଅରବିନ୍ଦ ପାଳ,କମିଟି ସଦସ୍ୟ ରିତେଶ ବ୍ରହ୍ମା,ଟଙ୍କଧର ନାଏକ,ସୁମିତ୍ରା ମିଶ୍ର, ଚଗଲା ଦେହୁରୀ,ଦୀପକ ସାହୁ,ଦୀପ୍ତିରଂଜନ ସାହୁ, ସଂକର୍ସଣ ନାଏକ,ବିରଞ୍ଚି ସାହୁ,କ୍ଷୀରୋଦ ଦେହୁରୀ,ଜିତେନ୍ଦ୍ର ପାଣି,ରଞ୍ଜିତ ସାହୁ,ସଙ୍ଘ ଉପଦେଷ୍ଟା ଦିବ୍ୟସିଂହ ଦେହୁରୀ,ବିରବର ସାହୁ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.