Take a fresh look at your lifestyle.

ହୋଣ୍ଡା ଆକ୍ଟିଭା ଡିକି ଭାଙ୍ଗି ୫୦ ହଜାର ଲୁଟ

0 83

ଭୁବନ: ଭୁବନ ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଅପରାଧି ମାନଙ୍କର ନିଦ ହଜାଇ ଦେଇଥିବାବେଳେ ଆଜି ଅପରାଧି ମାନେ ଏକ ଲୁଟ ଘଟଣା ଘଟାଇ ନୂଆ ଥନାଧିକାରୀଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ।

ପ୍ରାପ୍ତ ଖବରରୁ ପ୍ରକାଶ ଯେ , ଭୁବନ ଥାନା ଅନ୍ତର୍ଗତ ଭୂଷଳ ଗ୍ରାମର ନମିତା ଦାସ ତାଙ୍କ ପୁଅକୁ ସଙ୍ଗରେ ଧରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଋଣ ଟଙ୍କା ଉଠାଇବାକୁ ଏସବିଆଇ ଭୁବନ ଶାଖାକୁ ଆସିଥିଲେ । ଦିବା ୧୧.୪୦ ମିନିଟ ସମୟରେ ସେ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ବାଟତାରିଣୀ ମନ୍ଦିର ନିକଟସ୍ଥ ଦୋକାନରୁ ପରିବା କିଣିବା ନିମନ୍ତେ ତାଙ୍କ ହୋଣ୍ଡା ଆକ୍ଟିଭା ଗାଡି ରଖିଥିବାବେଳେ ଅଜଣା ଦୁର୍ବୃତ ଗାଡି ଡିକି ଭାଙ୍ଗି ୫୦ ହଜାରଟଙ୍କା ଲୁଟି ନେଇଥିଲା ।

ଶ୍ରୀମତୀ ଦାସ ଏ ସଂପର୍କରେ ସଙ୍ଗେ ସଙ୍ଗେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଭୁବନ ଥାନାରେ କେଶ ନଂ- ୨୯୫/୨୦୨୨ ଦଫା-୩୭୯ ରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରିରହିଛି । ସିସିଟିଭି ଫୁଟେଜରୁ ଅପରାଧି ଙ୍କୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଅପରାଧି ମାନେ ଧରା ପଡିବେ ବୋଲି ଆଇ ଆଇସି ଶ୍ରୀଯୁକ୍ତ ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.