ଆଉ ସେ ବୟସ
ରହି ନାହିଁ ବାନ୍ଧି
ମନେର ନାହିଁ ସେ ଫୁର୍ତ୍ତି
ଆଉ େସ ଫଗୁଣ
ନାନା ରଙ୍ଗେ ସାଜି
ଭରି ଦେଉ ନାହିଁ ଛାତି
ଶୀତ ବି ସେମିତି
ଆସୁଛି ଯାଉଛି
ଉନ୍ମାଦ ଭରୁନି ମନେ
ବସନ୍ତରେ କାହିଁ
ଭରୁ ନାହିଁ ମନ
କୋଇଲିର କୁହୁ ତାନେ
ଦିନ ଥିଲା ଦିନେ
ରଙ୍ଗ ନେଇ ସାଥେ
ଫଗୁଣ ପହଞ୍ଚୁ ଥିଲା
ପ୍ରିୟା ଗଲା ଦିନୁ
ପଛ କରି ମୋର
ସମୟ ଏମିତି ହେଲା
ଶୀତ ସେ ବେଳରେ
ପ୍ରିୟା ଥିଲା ବୋଲି
ଉଷୁମ ଉଷୁମ ଥିଲା
ପ୍ରିୟା ନାହିଁ ବୋଲି
ପାରେ ନାହିଁ ଜାଣି
ଶୀତ କେବେ ଆସିଥିଲା
କୋଇଲି ଆସୁଛି
ବସନ୍ତ ସାଥୀରେ
ଗାଉଛି ବି କୁହୁ କୁହୁ
କେମିତି କହିବି
ପ୍ରିୟା ବିନା ମୋର
ଜୀବନଟା ଉହୁ ଉହୁ
ସୁଧିରେନ୍ଦ୍ର ପରିଜା
ଅନୁଗୋଳ -୯୪୩୭୧ ୭୨୨୧୨