Take a fresh look at your lifestyle.

ଦୋଳ ମଣ୍ଡପ  ସାହିରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ଉତ୍ସବ

0 14

ଢେଙ୍କାନାଳ: ସହର ଦୋଳ ମଣ୍ଡପ  ସାହିରେ ଥିବା ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିରରେ ଚୈତନ୍ୟଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

 

ଏହି ପୁରାତନ ମନ୍ଦିରରେ ପ୍ରାୟ ୫୦ ରୁ ୬୦ ବର୍ଷ ହେଲା ଦୋଳ ପୂର୍ଣ୍ଣିମା ପାଳନ ହୋଇଆସୁଛି। ଆଜି ବିମାନରେ ଫୁଲ ସଜା ଯାଇ ମଦନମୋହନଙ୍କ ଲାଉଡ଼ି ଖେଳ ହୋଇଥିଲା। ଦୋଳ ବିମାନକୁ ସାହି ପରିକ୍ରମା କରାଯାଇଥିଲା।

 

ପ୍ରାତଃ ରୁ ମଙ୍ଗଳା ଆଳତୀ ଓ ମହାସ୍ନାନ କରାଯାଇ ଠାକୁରଙ୍କୁ ଫୁଲ ହାର ଓ ନୂତନ ବସ୍ତ୍ରରେ ସୁସଜ୍ଜିତ କରାଯାଇଥିଲା। ପରେ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା । ଅପରାହ୍ନରେ ଅବିର ଖେଳ ହୋଇଥିଲା।

- Advertisement -

Leave A Reply

Your email address will not be published.