ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପ୍ରାତଃରୁ ମଙ୍ଗଳ ଆଳତୀ ଓ ମହାସ୍ନାନ ପରେ ଠାକୁରଙ୍କୁ ବସ୍ତ୍ର ପରିଧାନ କରାହାଇଥିଲେ। ଫୁଲ ଓ ତୁଳସୀ ହାରରେ ସୁସଜ୍ଜିତ କରାଯାଇଥିଲା। ବଲ୍ଲବ ଭୋଗ ଲାଗି କରାଯାଇଥିଲା।
ଦିନ ୧୦:୩୦ ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନରେ ଅନ୍ନ ଧୂପ, ସନ୍ଧ୍ୟାରେ ଆଳତୀ, ଫଗୁ ଲାଗି କରାଯାଇ ଖଜା ଚଣା ଓ ପଳାଶ ଫୁଲ ଠାକୁରଙ୍କ ପାଖରେ ଲାଗି କରାଯାଇଥିଲା। ରାତ୍ର ଧୂପ ପରେ ପହଡ଼ ପଡ଼ିଥିଲା।
ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା, ଜିମ୍ମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଛି।