Take a fresh look at your lifestyle.

ସାମ୍ବାଦିକଙ୍କୁ ଆକ୍ରମଣ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା

0 81

ଢେଙ୍କାନାଳ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ପାର୍ଟିର ଉପସଭାପତି ଗିରିଜା ପ୍ରସାଦ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସାମ୍ବାଦିକ ମାନେ ହେଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ।

ଯେତେ ବେଳେ ସରକାରଙ୍କର କୌଣସି ଦୁର୍ବଳତା ଦେଖା ଦିଏ ଓ ଗଣତନ୍ତ୍ର ପ୍ରତି କିଛି ବିପଦ ଆସିଥାଏ ସାମ୍ବାଦିକ ମାନେ ତାହା ଲୋକ ଲୋଚନକୁ ଆଣିଥାନ୍ତି। ସେମାନେ ସମସ୍ୟାକୁ ନ୍ୟାୟ ପ୍ରଦାନ କରିଥାନ୍ତି। ତେଣୁ ଗଣମାଧ୍ୟମ ଉପରେ ଆକ୍ରମଣ ନିନ୍ଦନୀୟ ବୋଲି ସେ କହିଛନ୍ତି।

ପାର୍ଟିର ରାଜ୍ୟ ସଭାପତି ତଥାଗତ ସ୍ୱାଇଁ ମଧ୍ୟ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ସାମ୍ବାଦିକଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କ ପାଖରେ ସ୍ୱାଇଁ ଦାବି କରିଛନ୍ତି ।

- Advertisement -

Leave A Reply

Your email address will not be published.