Take a fresh look at your lifestyle.

ଏକତାଳିରେ ଦେବଶ୍ରୀ ଓ ଝିଲ୍ଲୀପ୍ରଭା ଙ୍କ ଜୋରଦାର ପ୍ରଚାର

0 36

 ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତରେ ଚଳିତ ଥର ସରପଂଚ ପଦବୀ ମହିଳା ଙ୍କ ନିମନ୍ତେ ସଂରକ୍ଷଣ ରହିଛି । ଝିଲ୍ଲୀପ୍ରଭା ବେହେରା (ଖୋଲାବହି ) , ଦେବଶ୍ରୀ ଦାସ (ମାଛ) ଓ ରେଖାରାଣୀ ସାମଲ (ସୂର୍ଯ୍ୟ) ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଶାସକ ବିଜୁ ଜନତା ଦଳ ସମର୍ଥôତ ପ୍ରାର୍ଥୀ ହୋଇଥିବାରୁ ଦେବଶ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ଓ ଜନକଲ୍ୟାଣକାରୀ ଯୋଜନାକୁ ଆୟୁଦ୍ଧ କରି ଲୋକଙ୍କୁ ଭେଟି ଆଶୀର୍ବାଦ ଲୋଡୁଛନ୍ତି ।

ମହିଳା ମାନଙ୍କୁ ସାଥିରେ ଧରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମିଶନ ଶକ୍ତି ସଂପର୍କରେ ଲୋକଙ୍କୁ ଅବଗତ କରାଇ ଏକ ଆଦର୍ଶ ପଂଚାୟତ ଗଢିବା ଓ ପଂଚାୟତ ର ବିକାଶ ପାଇଁ ତାଙ୍କୁ ଭୋଟ ଦେବାକୁ ଦେବଶ୍ରୀ ନିବେଦନ କରୁଛନ୍ତି ।

ଅନୁରୂପ ଭାବେ ଖୋଲା ବହି ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ଝିଲ୍ଲୀପ୍ରଭା ବେହେରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଇ ଘରକୁ ଘର ବୁଲି ଲୋକଙ୍କୁ ଭେଟିବା ସହ ଏକ ସଂପୂର୍ଣ୍ଣ ଦୁନୀତିମୁକ୍ତ ପଂଚାୟତ ଗଠନ ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି ।

ଦେବଶ୍ରୀ ଙ୍କ ସ୍ୱାମୀ ମାନସ ଦାସ ଓ ଝିଲ୍ଲୀପ୍ରଭା ଙ୍କ ସ୍ୱାମୀ ନନ୍ଦ କିଶୋର ଉଭୟ ସମାଜସେବୀ ଭାବେ ପରିଚିତ । ଉଭୟଙ୍କର ପଂଚାୟତରେ ନାଁ ଓ ଖାତିର ରହିଛି । ଦ୍ୱୁମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ଉଭୟ ପ୍ରାର୍ଥôନୀ ଜିତିବା ପାଇଁ ଆଶାବାଦୀ ଅଛନ୍ତି ।

- Advertisement -

Leave A Reply

Your email address will not be published.