Take a fresh look at your lifestyle.

ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ପାଳିତ

0 26

ଢେଙ୍କାନାଳ: ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ ।

ଅପରାହ୍ନ ୫ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ କରି କରି ସାଧାରଣ ଲୋକମାନଙ୍କୁ ଛୁଆଁ ଅଛୁଆଁ ଭେଦଭାବ ଏବଂ ମଦ ହଟାଇବା ପାଇଁ ସଚେତନ କରାଇଥିଲେ ।

ସଂଧ୍ୟା ୬ ଟାରେ ପଂଚରଂଗୀ ପତକା ଉତୋଳନ ପରେ ବାର୍ଷିକ ବ୍ରହ୍ମଯଜ୍ଞ ଆରମ୍ଭ ହୋଇଥିଲା । ଏହି ବ୍ରହ୍ମଯଜ୍ଞରେ ମୁଖ୍ୟ ପୁରୋଧା ଭାବେ କାମାକ୍ଷା ପ୍ରସାଦ ହୋତା କାର୍ଯ୍ୟ ସଂପାଦନ କରିଥିବାବେଳେ ଏଥିରେ ତାଙ୍କୁ ଚକ୍ରଧର ଷଣ୍ଢ, ସୁକାନ୍ତ ନାଏକ, ଦଣ୍ଡଧର ଦେହୁରୀ, ଉଦ୍ଧବ ସାହୁ ଏବଂ ଛାୟାକାନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

ସଂଧ୍ୟା ୭ ଟାରେ ରାଜ୍ୟ ଉପଦେଷ୍ଟା ଇଂ. ଦେବାଶିଷ ହୋତାଙ୍କ ପୌରହିତ୍ୟରେ ସମିତିର ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ଡାକ୍ତର ମହେଶ୍ୱର ସ୍ୱାଇଁ, ରାଜ୍ୟ ସଂପାଦକ କାଳନ୍ଦୀ ଚରଣ ବେହେରା, ମୁଖ୍ୟ ଗୁରୁଗାଦୀ ପରିଚାଳକ ଟୁଲୁ ପଣ୍ଡା ଓ ବଂଶୀଧର ବେହେରା, ରାଜ୍ୟ କୋଷାଧ୍ୟକ୍ଷ ଅଶୋକ ମାଝି, ରାଜ୍ୟ ଉପ-ସଭାପତି ବସନ୍ତ ମଲ୍ଲିକ, ଗୋପାଳ ଚନ୍ଦ୍ର ସ୍ୱାଇଁ, ନୀଳମଣି ବେହେରା, ଚନ୍ଦ୍ରମଣୀ ବାରିକ ଓ ସୁରେଶ ଚନ୍ଦ୍ର ସାହୁ, ରାଜ୍ୟ କୋର୍ କମିଟି ସଦସ୍ୟ ରଂଜନ କୁମାର ଲେଙ୍କା, ଗୌରାଙ୍ଗ ବେହେରା, ଗଜେନ୍ଦ୍ର ପରିଡା, ଗଗନ ବେହେରା, ଶ୍ରୀନିବାସ ନନ୍ଦ, ପୁରୁଷୋତମ ପଧାନ, ମିଥୁନ୍ ମାଝି. ରାଜକିଶୋର ସାହୁ, ପରେଶ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ମହେନ୍ଦ୍ର ଶତପଥି, ସୌମ୍ୟରଂଜନ ହୋତା ଏବଂ ଅରବିନ୍ଦ ସ୍ୱାଇଁ ପ୍ରମୁଖ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।

ରାତିସାରା ଗୁରୁନାମ ଓ ଭଜନ କୀର୍ତନ ମୁଖ୍ୟ ଗୁରୁଗାଦୀର ବାତାବରଣକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲା । ଏଥିରେ ଭୁଇଁପୁର ମଙ୍ଗଳା ସାହି, ଶବର ସାହି (ଦୁର୍ଗା) ଓ ଶବର ସାହି (ଖ), ଶଙ୍କରପୁର, ଝିଲ୍ଲି , ବାଲୁଗାଁ ଏବଂ ପଶି-ବଣସିଂହ କୀର୍ତନ ମଣ୍ଡଳୀଗୁଡିକର ଗୁରୁଭାଇଭଉଣୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।

ବରିଷ୍ଠ ଗୁରୁଭାଇ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଗୁରୁଭାଇଭଉଣୀମାନଙ୍କୁ ଜୀବ-ପରମ ତତ୍ୱସମ୍ବନ୍ଧରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ।
ଦ୍ୱିପ୍ରହରରୁ ଅର୍ଦ୍ଧରାତ୍ର ଯାଏଁ ସାରା ଓଡିଶାର ଗୁରୁଭାଇଭଉଣୀ ମେଳାରେ ପହଂଚି ପ୍ରସାଦ ସେବନ କରିବା ସହିତ ଉପରୋକ୍ତ କାର୍ଯ୍ୟକ୍ରମଗୁଡିକ ଯୋଗୁଁ ଆତ୍ମବିଭୋର ହୋଇପଡିଥିଲେ ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ମହାତ୍ମା ଗାନ୍ଧୀଙ୍କର ସର୍ବୋଦୟ ଆନେ୍ଦାଳନରେ ଅନୁପ୍ରାଣିତ ହୋଇ ସଦ୍ଗୁରୁ ସତ୍ୟବାଦୀ ସତପଥୀ ଏହି ଆଶ୍ରମ ପ୍ରତିଷ୍ଠା କରି ଛୁଆଁ ଅଛୁଆଁ ଭେଦଭାବ ହଟାଇବା ପାଇଁ ଲାଗି ପଡିବାରୁ ଅନେକ ବିରୋଧର ସମ୍ମୁଖୀନ ହୋଇଥିଲେ । ଏହାକୁ ଭୃକ୍ଷେପ ନ କରି ସେ ରାଜ୍ୟ ସାରା ୨୨୦ ଶାଖା ଆଶ୍ରମ ପ୍ରତିଷ୍ଠା କରି ୭୫ ହଜାର ଶିଷ୍ୟଶିଷ୍ୟାଙ୍କୁ ଅଣାକାର ବ୍ରହ୍ଣ ସ୍ୱରୂପଙ୍କ ଦୀକ୍ଷା ଦେଇପାରିଥିଲେ ।

- Advertisement -

Leave A Reply

Your email address will not be published.