Take a fresh look at your lifestyle.

ପଥର ଖଣିରେ ଚଢାଉ: ୪ ହିଟାଜି ମେସିନ ଜବତ, ୧୦ଲକ୍ଷ ଟଙ୍କା ଜରିମାନା

0 55

ଢେଙ୍କାନାଳ : ଦୀର୍ଘଦିନର ବ୍ୟବଧାନ ପରେ ପ୍ରଶାସନ ପକ୍ଷରୁ ଏକ ପଥର ଖଣି ଉପରେ ଚଢାଉ କରାଯାଇ ୪ ଟି ହିଟାଜି ମେସିନ ଜବତ କରାଯାଇ ୧୦ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।

ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଫୋର୍ସମେଣ୍ଟ ସ୍କାର୍ଡର ଚଢାଉ କରାଯାଇ ପଥର ଖଣିରୁ ୪ଟି ହିଟାଚି ମେସିନ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଗତ ୨୦୨୦ ମସିହା ଅକ୍ଟୋବର ୧୪ ତାରିଖରୁ ଲିଜ ଅବଧି ଶେଷ ହୋଇଥିବା ଖାତା ନଂ ୧୦୦୪ ଏବଂ ପ୍ଲଟ ନଂ ୨୮୬ର ୧ ନମ୍ବର ପଥର ଖଣିରେ ବେଆଇନ ଭାବରେ ପଥର କଟାଚାଲିଥିଲା ।

ଏହି ଖଣିରେ ଚଢାଉ କରାଯାଇ ହିଟାଚି ମେସିନ ଜବତ କରାଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସହିତ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଆଇଏଏସ ପ୍ରୋବେସନ ବିଭୁତି ଭୁଷଣ ନାୟକ, ଭାରପ୍ରାପ୍ତ ତହସିଲଦାର ଅନୁପମା ମୁର୍ମୁ ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ,ସଦର ଥାନା ଅଧିକାରୀ, ସଦର ଏବଂ ଭାପୁର ରାଜସ୍ୱ କର୍ମଚାରୀ, ଆଞ୍ଚଳିକ ପରିବହନ କର୍ମଚାରୀ,ପୋଲିସ କର୍ମଚାରୀ ମାନେ ମିଳିତ ଭାବରେ ଚଢାଉ କରିଥିଲେ ।

- Advertisement -

Leave A Reply

Your email address will not be published.