Take a fresh look at your lifestyle.

ପଞ୍ଚଭୁତରେ ବିଲିନ ହେଲେ ସମାଜବାଦୀ ନେତା ଯୋଗେନ୍ଦ୍ର ତ୍ରିପାଠୀ

0 156

ଢେଙ୍କାନାଳ: ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଓକିଲ ଯୋଗେନ୍ଦ୍ର ନାଥ ତ୍ରିପାଠୀ ପଞ୍ଚ ଭୁତରେ ବିଲିନ ହୋଇଛନ୍ତି । ଢେଙ୍କାନାଳ ସୁଆଗୀସ୍ତିତ ସ୍ମଶାନରେ ତାଭ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଜ୍ୟେଷ୍ଠପୁତ୍ର ସମରେନ୍ଦ୍ର ମୁଖାଗ୍ନୀ ଦେଇଥିଲେ । କଟକରୁ ତାଙ୍କର ମରଶରୀର ଢେଙ୍କାନାଳ ବାସ ଭବନରେ ପହଞ୍ଚିବା ପରେ ଲୋକରଣ୍ୟ ହୋଇପଡିଥିଲା ।

ତାଙ୍କ ପରଲୋକ ଖବର ପାଇ ଢେଙ୍କାନାଳ ଗୁଡିଆନାଳୀସ୍ଥିତ ବାସ ଭବନରେ ବହୁ ବିଶିଷ୍ଠ ବ୍ୟକ୍ତି ଓ ଶ୍ରମିକ ସଂଘର କର୍ମକର୍ତ୍ତା ମାନଙ୍କର ଭିଡ ଜମିଥିଲା । ରାଜ୍ୟ ପୂର୍ତ୍ତ ,ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଜିଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ମରଶରିର ରେ ପୁଷ୍ପଗୁଚ୍ଛ ଦେଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ସ୍ୱର୍ଗତ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକପ୍ରକାଶ କରିଛନ୍ତି । ଖବର ପାଇ ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ଗୁଡିଆନାଳୀସ୍ଥିତ ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ସୁଆଗୀସ୍ଥିତ ଶ୍ମଶାନରେ ପହଁଚି ସ୍ୱର୍ଗତ ତ୍ରିପାଠୀଙ୍କ ମରଶରୀରକୁ ଶେଷଦର୍ଶନ କରିଥିଲେ ।

ତାଙ୍କ ମରଶରୀର କୁ ଏକ ଶୋଭାଯାତ୍ରାରେ ଢେଙ୍କାନାଳ ସିଭିଲ କୋର୍ଟ, ପୈାର ପରିଷଦ କାର୍ଯ୍ୟାଳୟ, ମେହେନ୍ତର ସଂଘ କାର୍ଯ୍ୟାଳୟ, ଓ ପୈତୃକ ବାସ ଭବନ କୁ ନିଆଯାଇ ଶେଷ ରେ ସୁଆଗୀ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ରବିବାର ପ୍ରତ୍ୟୁଷରେ କଟକ ବଡ ଡାକ୍ତରଖାନା ରେ ପରଲୋକ ହୋଇଥିଲା । ଶନିବାର ରାତିରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ  କଟକ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

୧୯୭୫ ମସିହାରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନେ୍ଦାଳନରେ ଭାଗ ନେଇ ୧୮ ମାସ କାରାବରଣ କରିଥିଲେ । ରାଜ୍ୟର ମେହନତି ମଣିଷ, ଗରିବ ,ଖଟିଖିଆ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଜୀବନ ତମାମ ସଂଗ୍ରାମ କରୁଥିଲେ । ସେ ଢେଙ୍କାନାଳ ମେହେନ୍ତର ସଂଘ ଗଠନ କରିବା ସହିତ, ରାଜ୍ୟ ରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସଂଗଠିତ କରି ସେମାନଙ୍କର ନେତୃତ୍ୱ ନେଉଥିଲେ ।

ବିଶିଷ୍ଠ ସମାଜବାଦୀ ନେତା ବିଶ୍ୱନାଥ ପଣ୍ଡିତ ଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ର କେନ୍ଦୁପତ୍ର ତୋଳାଳୀ ସଂଘ ଏବଂ ଏବଂ ସର୍ବଭାରତୀୟ ଶ୍ରମିକ ସଂଘ ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି । ସେ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ଯୋଗ ଦେଇ ଢେଙ୍କାନାଳ ଜିଲା ସଭାପତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ରହିଥିଲେ ।

ସେ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ, ଓଡିଶା ବିହନ ନିଗମ ଅଧ୍ୟକ୍ଷ, ଓଡିଶା ନିର୍ମାଣ ମଜଦୁର ସଭାର ପ୍ରତିଷ୍ଠାତା ସଭାପତି, ଅନ୍ତର୍ଜାତିକ ଶ୍ରମିକ ସଂଗଠନର ଉପସଭାପତି, ଓଡିଶା ବିଡି ଶ୍ରମିକ ସଘର ସଭାପତି, ଢେଙ୍କାନାଳ ମେହେନ୍ତର ଏବଂ ପୈାର ପରିଷଦ କର୍ମଚାରୀ ସଂଘର ଆଜୀବନ ସଭାପତି ରହି ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ କରୁଥିଲେ । ସେ ଜାତୀୟ ଜନକ୍ରାନ୍ତୀ ପରିଷଦର ଉପଦେଷ୍ଠା ଥିଲେ ।

- Advertisement -

Leave A Reply

Your email address will not be published.