ଢେଙ୍କାନାଳ: ଆଜି ଢେଙ୍କାନାଳ କଲେଜ ରେ +2 ଛାତ୍ର ଛାତ୍ରୀ ଆନ୍ଦୋଳନ କରିଛନ୍ତି । କଲେଜ ଗେଟ ଆଗରେ +2 ର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି। କରୋନା ପାଇଁ କାଲେଜ ବନ୍ଦ କରାଯାଇଛି, ସେଥିପାଇଁ ପରୀକ୍ଷା ନ କରିବା ପାଇଁ ତାଙ୍କର ଦାବୀ ରହିଛି ।
ସେମାନେ ସଠିକ ଭାବରେ କୋର୍ସ ସାରିପାରି ନାହାନ୍ତି, ସେପଟେ ପରୀକ୍ଷା କରିବା ପାଇଁ ସରକାର ଙ୍କ ନୋଟିସ ଆସିଛି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀ ଙ୍କ କହିବା ଅନୁଯାଇ 3ମାସ ପାଠପଢା ହେଲା ପରେ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।
ଯଦି ଏହା ଉପରେ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେଲେ, ତେବେ ଆନ୍ଦୋଳନ କରିବେ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।