Take a fresh look at your lifestyle.

ସାଧାରଣତନ୍ତ୍ର ଦିବସ : ଲାଗିଲା ସ୍ୱାଧୀନତା ଦିବସର ତୋରଣ

ସୋସିଆଲ୍ ମିଡିଆରେ ଫଟୋ ଟ୍ରୋଲିଂ ହେବାରେ ଲାଗିଛି

0 29

ଢେଙ୍କାନାଳ : ଢେଙ୍କାନାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଶାସନ ପକ୍ଷରୁ ଲାଗିଥିବା ତୋରଣ ରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ପାଇଁ ଲାଗିଛି ସ୍ୱାଧିନତା ଦିବସର ତୋରଣ ।

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଷ୍ଟାଡିୟମକୁ ଏସ୍ପି ଅଫିସ୍ ଦେଇ ଯାଇଥିବା ରାସ୍ତାରେ ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଏକ ତୋରଣ ଲାଗିଥିଲା । ଯେଉଁ ତୋରଣକୁ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଲଗାଯାଇଥିଲା । ତୋରଣରେ ୭୩ତମ ସ୍ୱାଧୀନତା ଦିବସ ବୋଲି ଉଲ୍ଲେଖ ରହିଥିଲା ।

ଫଟୋ ଭାଇରାଲ୍ ହେବାପରେ ବିଭାଗ ପକ୍ଷରୁ ତୋରଣକୁ ହଟେଇ ଦିଆଯାଇ ଠିକ୍ ତୋରଣ ଲଗାଯାଇଛି । ତେବେ ଭାଇରାଲ୍ ଫଟୋକୁ ନେଇ ଜିଲା ପ୍ରଶାସନକୁ ବେଶ୍ ସମାଲୋଚନାର ଶିକାର ହେବାକୁ ପଡିଛି । ସାଧାରଣତନ୍ତ୍ର ଦିବସ ଭଳି ଏକ ଜାତୀୟ ଦିବସକୁ ଆୟୋଜକମାନେ ଦାୟିତ୍ୱହୀନତା ଭାବରେ ପରିଚାଳନା କରୁଥିବା ନେଇ ବିଭିନ୍ନ ପ୍ରତିକ୍ରିୟା ମିଳିବାରେ ଲାଗିଛି ।

ପ୍ରଥମେ ଜଣେ ବ୍ୟକ୍ତି ସମ୍ବାଦିକ ଗଗନ ପଣ୍ଡାଙ୍କୁ କହିବାରୁ ସେ ଜିଲାପାଳଙ୍କୁ ଅବଗତ କରାଇ ବାରେ ଫଟୋ ଭାଇରାଲ ହୋଇଛି ।ଜିଲାସ୍ତରୀୟ ପ୍ୟାରେଡ ମୁଖ୍ୟ ଷ୍ଟାଡିୟମରେ ଆୟୋଜନ ହେବାପାଇଁ ପ୍ରସ୍ତୁତି ଯୋରଦାର ଚାଲିଥିବା ବେଳେ ପ୍ରଶାସନ ଦ୍ୱାରା ଲାଗିଥିବା ତୋରଣକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।

- Advertisement -

Leave A Reply

Your email address will not be published.