Take a fresh look at your lifestyle.

ବୋହୁଙ୍କୁ ହତ୍ୟା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଓ ଏସପିଙ୍କ ଗାଡି ଅଟକାଇଲେ ଗ୍ରାମବାସୀ

0 1,119

ଢେଙ୍କାନାଳ : ଢେଙ୍କାନାଳ  ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ଗତ ୨୦  ତାରିଖରେ ସ୍ଵାମୀ ଦିଲ୍ଲୀପ ନାୟକ ଓ ସ୍ତ୍ରୀ’ ଲିସାରାଣୀ ଦେହୁରୀଙ୍କ ଗୋଟିଏ ଦିନରେ ମୃତ୍ୟୁ ଘଟଣା ରେ ଗ୍ରାମବାସୀ ମେଲି ବାନ୍ଧିଛନ୍ତି | ଲିସାରଣୀ ଙ୍କ ର ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ମାରି ଶାଶୁ ଘର ଲୋକ ଟଙ୍ଗାଇ ଦେଇଛନ୍ତି ବୋଲି ହରେକୃଷ୍ଣ ପୁର ଗ୍ରାମବାସୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଅଭିଯୋଗ କରିଛନ୍ତି |

ଏପରି ଅଭିଯୋଗ ଦୁଇ ଦିନ ତଳେ ଲିସାଙ୍କ ବାପା ଆନନ୍ଦ ଦେହୁରୀ ଅଭିଯୋଗ କରିଥିଲେ | ଅଭିଯୋଗ ପାଇଁ ଆସିଥିବା ଗ୍ରାମବାସୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ  ଆରକ୍ଷୀ ଅଧିକ୍ଷକ ଙ୍କ ଗାଡି କୁ ଅଟକାଇ ଅଭିଯୋଗ କରିଛନ୍ତି |ପ୍ରକାଶ ଯେ, ଗତ 20 ତାରିଖ ଅପରାହ୍ନରେ ହରେକୃଷ୍ଣ ପୁର ଗ୍ରାମର ଜଗବନ୍ଧୁ ନାୟକଙ୍କ ବୋହୁ ଲିସାରାଣୀ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା |  ଏହାର କିଛି ସମୟ ପରେ ନିଜ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ସ୍ଵାମୀ ଦିଲ୍ଲୀପ ଗଁଦିଆ ବ୍ଲକ ମନ୍ଦାର ଗ୍ରାମ ରୁ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ସମୟରେ ସ୍ଥାନୀୟ ବିଶ୍ୱନାଥପୁର ଛକ ନିକଟରେ ହଠାତ ମାନସିକ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଥିଲେ | ଫଳରେ ଘଟଣାସ୍ଥଳରେ ହିଁ ଦିଲ୍ଲୀପଙ୍କ  ମୃତ୍ୟୁ ହୋଇ ଥିଲା | ଏହାସହ ସାଙ୍ଗରେ ଥିବା ଦିଲ୍ଲୀପଙ୍କ ଜଣେ ସହଯୋଗୀ ହେମନ୍ତ ଗୁରୁତର ଆହତ ହୋଇ କଟକ ସ୍ଥିତ ବଡ଼ମେଡିକାଲରେ ଚିକିତ୍ସିତ ହେଉଛନ୍ତି |

ଏବେ ଉଭୟ ଦିଲ୍ଲୀପ ଓ ଲିସାଙ୍କ ଏହି ମୃତ୍ୟୁ କୁ  ୫ଦିନ ବିତିଯାଇଛି | ହେଲେ ଲିସା ଆତ୍ମହତ୍ୟା କଲେ ନା ତାଙ୍କୁ ମାରିଦିଆଗଲା ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି | ଯଦିଓ ଲିସାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପଘର ତରଫରୁ ସଦର ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି, ମାତ୍ର ପୁଲିସ ଏ ମାମଲାରେ କାହାରିକୁ ଗିରଫ କରିନାହିଁ |

ହରେକୃଷ୍ଣପୁର ଗ୍ରାମବାସୀ ଏହି ଘଟଣାର ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସୋମବାର ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି | ପୂର୍ବାହ୍ନ ୧୨ଟାରେ ଗ୍ରାମର ୩୦ରୁ ଅଧିକ ଲୋକ ପୁଲିସର ନିଷ୍କ୍ରିୟତା ଓ ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ |

ଏହାପରେ ସେଠାକୁ ଏସପି ଆସିବା ପରେ ଉତ୍ୟକ୍ତ ଗ୍ରାମବାସୀ ତାଙ୍କୁ ମଧ୍ୟ ଘେରିଯାଇଥିଲେ | ତେବେ ଟାଉନ ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଏସପିଙ୍କ ଗାଡିକୁ ଛାଡିଥିଲେ | ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ 8 ମାସ ତଳେ ହରେକୃଷ୍ଣପୁରର ଦିଲ୍ଳୀପ ଲିସାଙ୍କୁ ପ୍ରେମ ବିବାହ କରିଥିଲା | ମାତ୍ର ପ୍ରଥମେ ଦିଲ୍ଲୀପଙ୍କ ବାପା ଜଗବନ୍ଧୁ ଲିସାଙ୍କୁ ବୋହୁ ରୂପେ ମାନିବାକୁ ନାରାଜ ଥିଲେ | ତଥାପି ଦିଲ୍ଲୀପ ନିଜ ଘରଲୋକଙ୍କୁ ବୁଝାସୁଝା କରି ଲିସାଙ୍କୁ ଆଣିଥିଲା |

  ଲିସାଙ୍କ ହଠାତ ମୃତ୍ୟୁ ଖବର ପାଇ ଦିଲୀପ ଘର କୁ ଫେରୁ ଥିବା ବେଳେ ଦୁର୍ଘଟଣା ରେ ତାଙ୍କ ମୃତ୍ୟୁ ହେବା ଗ୍ରାମବାସୀ କହୁଛନ୍ତି | ଲିସା ଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବା ରୁ ତାଙ୍କୁ ବଡ଼ିଆ ପିଟା ନେଇ ଗ୍ରାମବାସୀ ଅଭିଯୋଗ କରି ଛନ୍ତି | ଏଣୁ ଲିସାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଉପରେ ଗ୍ରାମବାସୀ ତଦନ୍ତ ଦାବି କରିଛନ୍ତ|

- Advertisement -

Leave A Reply

Your email address will not be published.