Take a fresh look at your lifestyle.

ଢେଙ୍କାନାଳ ଥିଙ୍କର୍ଷ ଫୋରମ ପକ୍ଷରୁ ନେତାଜୀ ଜୟନ୍ତୀ

0 38

ଢେଙ୍କାନାଳ : ମହାନ ବିପ୍ଲବୀ ତଥା ଭାରତ ସ୍ୱାଧୀନତା ର ଅନ୍ୟତମ ସଂଗ୍ରାମୀ, ଆଜାଦ ହିନ୍ଦ ଫୌଜ ର ପ୍ରତିଷ୍ଠାତା ଓଡିଶା ର ବରପୁତ୍ର ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ର 125 ତମ ଜୟନ୍ତୀ ଦିବସ ଅବସର ରେ ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ବରିଷ୍ଠ ସଦସ୍ୟ ମାନେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ନେତାଜୀ ଙ୍କ ପାଇଁ ସ୍ଲୋଗାନ ଦେଇଥିଲେ |

ଉକ୍ତ ଉତ୍ସବ ରେ ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ସଭାପତି ସୋମେନ୍ଦୁ ଶତପଥୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧକ୍ଷ  ବୈକୁଣ୍ଠ ବିହାରୀ ଦ୍ବିବେଦୀ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, ପ୍ରସାର ପ୍ରମୁଖ  ଭୋଜରାଜ ସାହୁ ବରିଷ୍ଠ ସଦସ୍ୟ ସୁଶୀଲ ନନ୍ଦ, ବିବେକାନନ୍ଦ ଷଡ଼ଙ୍ଗୀ, ନଜରୁଲ ଇସଲାମ ଏବଂ ସହର ର ବିଶିଷ୍ଟ ସମାଜ ସେବୀ  ହୃଦୟାନନ୍ଦ (ଝାଟୁ )ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |

ସାହିତ୍ୟିକ ସୁଶୀଲ ନନ୍ଦ ସୁବାସ ବୋଷ ଙ୍କ ସହ ଢେଙ୍କାନାଳ ର ସମ୍ପର୍କ କୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିବା ବେଳେ କବି ବିବେକାନନ୍ଦ ଷଡ଼ଙ୍ଗୀ ଏବଂ ସମାଜ ସେବୀ ହୃଦୟା ନନ୍ଦ ମହାନ୍ତି ନେତାଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ

ସଦସ୍ୟ ମାନେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଏବଂ ଏ ମାଟିର ବିଶିଷ୍ଟ କବି ବ୍ରଜନାଥ ବଡ଼ଜେନା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରି ଶେଷ ରେ ସ୍ଥାନୀୟ ବିଜ୍ଞାନ କେନ୍ଦ୍ର ନିକଟସ୍ଥ ପାହାଡ଼ ରେ ଥିବା ଢେଙ୍କାପୀଢ଼  ରେ ପୁଷ୍ପ ପ୍ରଦାନ କରି ପୂଜ୍ୟ ପୂଜା କରିଥିଲେ |

ଏହି ସମୟ ରେ ସାରଙ୍ଗ ଧର ଙ୍କ ପ୍ରତିମୂର୍ତ୍ତି ରେ ସାମାନ୍ୟ ଅବକ୍ଷୟ, ବ୍ରଜନାଥ ଙ୍କ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ଦେଖି ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିବା ସହ ଢେଙ୍କାନାଳ ରେ ଢେଙ୍କା ଶବର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଆଗରୁ କରିଥିବା ଦାବୀକୁ ଶୀଘ୍ର ପୂରଣ ପାଇଁ ପ୍ରଶାସନ ପାଖେ  ଦାବୀ କରିଥିଲେ |

- Advertisement -

Leave A Reply

Your email address will not be published.