Take a fresh look at your lifestyle.

ଡଃ ବିଧାନ ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ

ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

0 54

ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନଜୀବି ଓ ସାହିତ୍ୟିକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମବାୟବିତ୍ ତଥା ସମୀକ୍ଷକ ସୁକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ, ଡଃ ମିଶ୍ର ଜଣେ ସାଲିସ୍ ବିହିନ ନେତା ଥିଲେ । ସ୍ପଷ୍ଟବାଦିତା ତାଙ୍କର ଧର୍ମ ଥିଲା । ମକୁଟ ବିହୀନ ସମ୍ରାଟ ଭାବରେ ଢେଙ୍କାନାଳ ଜିଲ୍ଲାର ସ୍ୱାର୍ଥ ପାଇଁ ସେ ଲଢେଇରେ ସବୁବେଳେ ଆଗରେ ରହୁଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ କାର୍ଯ୍ୟ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ, ଶିଳ୍ପୀ ପରେଶ ପଟ୍ଟନାୟକ, ମିଳିତ ଲକ୍ଷ୍ମୀପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ଆଇନ୍ଜୀବୀ ଗୋପାଳ ପାତ୍ର ଓ ସାମ୍ବାଦିକ ସତ୍ୟ ସ୍ୱରୂପ ଦାସ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ବିଧାନ ଚନ୍ଦ୍ର ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ରହିଥିଲେ । ଢେଙ୍କାନାଳ ଜିଲ୍ଲାର ସଂସ୍କୃତି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଆଜି ତାଙ୍କ ଆବର୍ତମାନରେ ଜିଲ୍ଲା ତାଙ୍କୁ ଝୁରୁଛି ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ସେହିପରି ନିଜ ଗବେଷଣା ମାଧ୍ୟମରେ ସେ କବି ବ୍ରଜନାଥ ବଡଜେନାଙ୍କୁ ଢେଙ୍କାନାଳ ମାଟିର ବରପୁତ୍ର ବୋଲି ପ୍ରମାଣିତ କରିଥିଲେ । କାର୍ଯ୍ୟକ୍ରମକୁ ଅଥୟ କୁମାର ସାହୁ ପରିଚାଳନା କରିଥିବାବେଳେ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଳା ସଂସ୍କୃତି ପରିଷଦ ଉପସଭାପତି ଅବନି ମିଶ୍ର, ନାଟ୍ୟକର ଦିନେଶ ଦାସ, ତାଙ୍କ ସୁପୁତ୍ର ଦେବାଶିଷ ମିଶ୍ର, ଦେବକାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ରତନ୍ ନାୟାର, ରଞ୍ଜନ ନାୟକ, ପୂର୍ବତନ କାଉନ୍ସିଲର ମହମ୍ମଦ ସାଗିର, ଶ୍ରୀକାନ୍ତ ଧଳ, ପ୍ରଦୁ୍ୟମ୍ନ ନାୟକ, ଦେବୀ ଶଙ୍କର ଶର୍ମା, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ରାନ୍ତ ଦଳେଇ, ଭାଗି ସାହୁ, ପ୍ରକାଶ କୂଅଁର, ଆଡଭୋକେଟ୍ ଶିବସାଇ ମହାପାତ୍ର, ଜିଲ୍ଲା ଓକିଲ ସଂଘ ସଂପାଦକ ଟଙ୍କଧର ବେହେରା, ପ୍ରଶାନ୍ତ ନାୟକ, ପୂର୍ବତନ ନଗରପାଳ ନବୀନ ଦଳେଇ, ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ସାମ୍ବାଦିକ ବିନୋଦ ମହାନ୍ତି, ଯୁବନେତା ଲଲାଟ ରଞ୍ଜନ ସାହୁ, ସାମ୍ବାଦିକ ଶିଶିର ଶତପଥୀ, ପ୍ରାର୍ଥ ସାରଥୀ ଦତ, ମନୋଜ ସିଂ, ସୋନୁରାମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.