Take a fresh look at your lifestyle.

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସିପ୍ରା ବରାଳ ସମିତିସଭ୍ୟ ପ୍ରାର୍ଥୀ ହେଲେ

ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ପତ୍ନୀ ସିପ୍ରା

0 147

ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ତୃତୀୟ ଦିବସରେ ସମୁଦାୟ ୨୮ ଜଣ ସମିତିସଭ୍ୟ , ୨୫ ଜଣ ସରପଂଚ ଓ ୧୭୯ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ପତ୍ନୀ  ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା  ସିପ୍ରା ବରାଳ ଚଳିତ ଥର ଯମୁନାକୋଟ ପଂଚାୟତ ରୁ ସମିତିସଭ୍ୟ ପ୍ରାର୍ଥୀନି ଭାବେ ବିଡିଓ ଆଶୀର୍ବାଦ ପରିଡା ଙ୍କ ନିକଟରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଚଳିତଥର ଭୁବନ ବ୍ଲକ ଅଧ୍ୟକ୍ଷ ଆସନ ଟି ମହିଳା ଙ୍କ ନିମନ୍ତେ ସଂରକ୍ଷଣ ହୋଇଥିବାରୁ ଶ୍ରୀମତୀ ବରାଳ ଶାସକଦଳ ସମର୍ଥିତ ତଥା ହେଭିୱେଟ ପ୍ରାର୍ଥୀନି ବୋଲି କୁହାଯାଉଛି ।

- Advertisement -

Leave A Reply

Your email address will not be published.