Take a fresh look at your lifestyle.

ନୃତ୍ୟ ଶିଳ୍ପୀ  ଗୌରୀଶଙ୍କର ଜୁନିଅର ଫେଲୋସିପ ପାଇଁ ମନୋନୀତ

ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଗୌରୀ ଶଙ୍କର ଦାଶ

0 61

ଢେଙ୍କାନାଳ: ଓଡ଼ିଶୀ ନୃତ୍ୟ ଶିଳ୍ପୀ  ଗୌରୀ ଶଙ୍କର ଦାଶ ଆଜି ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ୨୦୧୯୨୦ ବର୍ଷ ପାଇଁ ଜୁନିଅର ଫେଲୋସିପ ପାଇବା ପାଇଁ  ମନୋନୀତ ହୋଇଛନ୍ତି।

ପ୍ରତ୍ୟେକ ବର୍ଷ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଥିବା ବ୍ୟକ୍ତିତ୍ଵ ଙ୍କୁ ଭାରତ ସଂସ୍କୃତି ମନ୍ତ୍ରଣାଳୟ ଏହି ଫେଲୋସିପ ପ୍ରଦାନ କରିଥାନ୍ତି । ଏହି ଫେଲୋସିପ ପାଇଁ ଗୌରୀଶଙ୍କର ଙ୍କର ସନ୍ଦର୍ଭ ଥିଲା_ “ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ରେ ଯୋଗ ର ଉପାଦାନ” ଯାହା ଖୁବ୍ ଉଚ୍ଚ ପ୍ରଶଂସିତ ହୋଇଥିଲା।

 ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ନିଷ୍ଠା ତାଙ୍କୁ ଆଜି ଜଣେ ସଫଳ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ଭାବରେ ପରିଚିତ କରାଇ ପାରିଛି। ଓଡ଼ିଶାରୁ ଏକମାତ୍ର ସୁଯୋଗ୍ୟ ବ୍ୟକ୍ତି ହିସାବରେ ମନୋନୀତ ଗୌରୀ ଶଙ୍କରଙ୍କ ପାଇଁ  ଢେଙ୍କାନାଳ ଜିଲ୍ଲା ଓ ସାରା ଓଡ଼ିଶା ଗର୍ବିତ।

- Advertisement -

Leave A Reply

Your email address will not be published.