Take a fresh look at your lifestyle.

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲା କଂଗ୍ରେସ ର ପ୍ରସ୍ତୁତି

0 26

ଢେଙ୍କାନାଳ : ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଜିଲା କଂଗ୍ରେସ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ୍ କମିଟିର ଉପସଭାପତି ତଥା ଜିଲା ପ୍ରଭାରୀ ସୁରେଶ ମହାପାତ୍ର, ପ୍ରଦେଶ କଂଗ୍ରେସ୍ କମିଟିର ସମ୍ପାଦକ ବିଜୟ ଚାଉଳିଆ ଓ ପ୍ରଦେଶ କଂଗ୍ରେସ୍ ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା ପ୍ରମୁଖ ଯୋଗଦେଇଥିଲେ ।

ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଆଲୋଚନାରେ ସମସ୍ତ ଜିଲା ପଦାଧିକାରୀ, ବ୍ଲକ୍ ସଭାପତି ଓ ସମସ୍ତ ସାମୁଖ୍ୟର ମୁଖ୍ୟମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା ଯେ, ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀରେ ସରୋଜ ପଟ୍ଟନାୟକ-ସଦର, ବିପ୍ରବର ସାହୁ-କାମାକ୍ଷାନଗର, ରଞ୍ଜିତ୍ ସାହୁ-ପର୍ଜଙ୍ଗ ଏବଂ ମମତାଞ୍ଜଳି ବେହେରା-ହିନେ୍ଦାଳ ନିର୍ବାଚନ ମଣ୍ଡଳୀ ପ୍ରମୁଖଙ୍କ ଅଧ୍ୟକ୍ଷତାରେ ଚାରୋଟି କମିଟି ଗଠନ କରି ଆସନ୍ତା ଆଠଦିନ ମଧ୍ୟରେ ପ୍ରାର୍ଥୀ ଚୟନ ତାଲିକା ଜିଲା କମିଟିକୁ ଦେବେ ।

ଜିଲା ସଭାପତି, ପ୍ରଭାରୀ ଓ ଅନ୍ୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବେ । ଆଗାମୀ ନିର୍ବାଚନରେ ଯଦି କୌଣସି କଂଗ୍ରେସ୍ କର୍ମୀଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟକ୍ରମ ନିଆଯାଏ ତେବେ ସମସ୍ତ ନେତୃବୃନ୍ଦ ଏକତ୍ରିତ ହୋଇ ପଦକ୍ଷେପ ନେବେ । ସର୍ବଶେଷରେ ମହିଳା କଂଗ୍ରେସ୍ ସଭାପତି ମମତାଞ୍ଜଳି ବେହେରା ଧନ୍ୟବାଦ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପିସିସି ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଟାଉନ୍ ସଭାପତି ହାଇଦର୍ ମହମ୍ମଦ, ଛାତ୍ର କଂଗ୍ରେସ୍ ସଭାପତି ଶୁଭମ୍ ଦାଶ, ପଛୁଆ ବର୍ଗ ସେଲ୍ ଅଧ୍ୟକ୍ଷ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଶ୍ରୀ ପ୍ରେମ୍ ଶଙ୍କର ମିଶ୍ର ଏକ ପ୍ରେସ୍ ସୂଚନାରେ ଦେଇଛନ୍ତି ।

- Advertisement -

Leave A Reply

Your email address will not be published.