Take a fresh look at your lifestyle.

ବିଜେଡି ସରକାରରେ ମହିଳା ଅସୁରକ୍ଷିତ

ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0 17

ଢେଙ୍କାନାଳ : ଢେଙ୍କାନାଳ ଜିଲା ବିଜେପି କାର୍ଯ୍ୟାଳୟ ପରିସରରେ ୩ ତାରିଖ ସୋମବାର ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି ଆଡଭୋକେଟ୍ ନରେଶ ଚନ୍ଦ୍ର ମହାପାତ୍ର ଉଦ୍ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦ୍ବେଗଜନିତ ଥିବା ସମୟରେ ସମଗ୍ର ଓଡିଶାରେ ବିଜେଡି ଶାସନରେ ମହିଳା ଅସୁରକ୍ଷିତ ଭାବେ ରହିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘନ ଜେନା, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଞ୍ଜଳି ବେହେରା ପ୍ରମୁଖ ଯୋଗଦେଇଥିଲେ ।

ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସବିତା ନାୟକ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ । ଅନ୍ୟତମ ସାଧାରଣ ସମ୍ପାଦିକା ରୋଜାଲିନ୍ ପାତ୍ର ଦଳ ପକ୍ଷରୁ ପ୍ରସ୍ତୁତ ୧୪ ଦଫା ସମ୍ବଳିତ ରାଜନୈତିକ ଚିଠାକୁ ଆଗତ କରିଥିଲେ । ଉକ୍ତ ଚିଠାକୁ ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପୁଷ୍ପଲତା ସାମଲ ଓ ଜୟନ୍ତୀ ପ୍ରଧାନ ସମର୍ଥନ କରିଥିଲେ ।

 ସମାରୋହରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ ମମିତା ମେହେରଙ୍କୁ ନ୍ୟାୟ ଅଦ୍ୟାବଧି ମିଳିନଥିବାରୁ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ଦ୍ୱାରା ଆନେ୍ଦାଳନକୁ ବ୍ୟାପକ କରାଯାଇ ପଂଚାୟତର ୱାର୍ଡ ସ୍ତର ପର୍ଯ୍ୟନ୍ତ ନିଆଯିବ ବୋଲି କହିବା ସହ ରାଜ୍ୟରେ ଦିନକୁ ଦିନ କୁଶାସନ ବୃଦ୍ଧି ପାଉଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ।

ଜିଲା ସମ୍ପାଦିକା ଯଶସ୍ୱିନୀ ରାଉତଙ୍କୁ ଜିଲା ମହିଳା ମୋର୍ଚ୍ଚାର ପ୍ରଭାରୀ ଭାବେ ଜିଲା ସଭାପତି ଘୋଷଣା କରିଥିବାବେଳେ ଉକ୍ତ ବୈଠକରେ ଜିଲା ଉପସଭାନେତ୍ରୀ ଈତିଶ୍ରୀ ସାହୁ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଭାରତୀ ସ୍ୱାଇଁ, ନାରୀ ନେତ୍ରୀ ଯମୁନା ଟୁଡୁ, ରୁନୁବାଳା ରାଉତ, ରୋଜାଲିନ୍ ପଣ୍ଡା, ଜିଲା ସମ୍ପାଦିକା ମାମିନା ସ୍ୱାଇଁ, ମଧୁସ୍ମିତା ପୁହାଣ ଓ ଉଲି ନାୟକ, ଜିଲା ମହିଳା ମୋର୍ଚ୍ଚାର ସମସ୍ତ ସଦସ୍ୟା, ସମସ୍ତ ମଣ୍ଡଳର ସଭାନେତ୍ରୀ ସମେତ ୫୦୦ ଶହରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଶେଷରେ ସଂପାଦିକା ଦମୟନ୍ତୀ ସମସ୍ତଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.