Take a fresh look at your lifestyle.

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ସମ୍ବର୍ଦ୍ଧିତ

0 50

ଯାଜପୁର: ଯାଜପୁର ଜିଲ୍ଲାର ସୋଲର ଗ୍ରାମସ୍ଥିତ ଉଦାସ ଆଶ୍ରମର ପରିସରରେ ପରିବେଶ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକ ବନ୍ଧୁମିଳନ ଉତ୍ସବ ରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ୟ ସମାଜ କେନ୍ଦୁପାଟଣା ତରଫରୁ  ସଭାପତି  ରଶ୍ମି ରଞ୍ଜନ ସାହୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।  

ଶ୍ରୀ  ସାହୁ ରାଜ୍ୟ ପୁରସ୍କାର , ରାଷ୍ଟ୍ରପତି ପୁରସ୍କାର ସହ ଦୁଇ ଥର ପ୍ରକୃତିବନ୍ଧୁ ପୁରସ୍କାର, ପ୍ରକୃତିମିତ୍ର ପୁରସ୍କାର, ଗାରିମା ବ୍ରୋଞ୍ଚ ଓ ରୌପ୍ୟ ପୁରସ୍କାର, ବୈଶ୍ୟ ଶିକ୍ଷକ ଗୈାରବ ସମ୍ମାନ, ଗୋପବନ୍ଧୁ ଜ୍ୟୋତି ସମ୍ମାନ, ମାଇକୋମିଡିଆ ଆଦର୍ଶ ଶିକ୍ଷକ ସମ୍ମାନ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧାଶ୍ୟମ ପଣ୍ଡା , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଦିପ୍ତିମୟୀ ଲେଙ୍କା ଅଭିନନ୍ଦନ ଜଣାଇଛନ୍ତି।  

- Advertisement -

Leave A Reply

Your email address will not be published.