Take a fresh look at your lifestyle.

ମୋ ପୋଖରୀ ଅଭିଯାନ ଆରମ୍ଭ

0 55

ଢେଙ୍କାନାଳ : ଢେଙ୍କାନାଳ ପୌରପାଳୀକା ପକ୍ଷରୁ ମୋ ପୋଖରୀ ଅଭିଯାନ ଶୁଭ ଆରମ୍ଭ ହୋଇଯାଇଛି।  ସ୍ଥାନୀୟ ଭାଗିରଥୀ ସାଗର କୂଳରେ ଥିବା ପୋଖରୀ କୂଳରେ ସ୍ୱଚ୍ଛ ସାଥୀ ଓ ପୌର ପାଳିକାର ସମସ୍ତ କର୍ମଚାରୀ ମାନେ ମିଶି ପୋଖରୀ ଚାରିପଟେ ଅଳିଆ ଆବର୍ଜ୍ଜନା କୁ ସଫା କରିଥିଲେ ।

ପ୍ରଥମେ ଢେ଼ଙ୍କାନାଳ ପୌରପାଳିକା ରେ ଥିବା ଏହି ପୋଖରୀ ପରିଷ୍କାର କରିଥିଲେ। ଢେଙ୍କାନାଳ ସହରରେ ଥିବା ବିଭିନ୍ନ ପୋଖରି ଗୋଡ଼ିକ ପରିଷ୍କାର ପରିଚ୍ଛନ୍ନ କରାଯିବ ବୋଲି ସୂଚନା ରହିଛି। ଏହି ଅଭିଯାନରେ ଥିବା ମୁଖ୍ୟ ଅତିଥି ପୌର ନିର୍ବାହି ଅଧିକାରୀ  ଅତୁନ କୁମାର ସାମନ୍ତ, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ବିଭୂତି ଭୂଷଣ ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏହି ଅଭିଯାନ ଟି ଆରମ୍ଭ ହୋଇଥିଲା।

- Advertisement -

Leave A Reply

Your email address will not be published.