Take a fresh look at your lifestyle.

ସ୍ମାର୍ଟ ହେଲଥ୍କାର୍ଡଧାରୀଙ୍କୁ ମାଗଣାରେ ଉତମ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

0 48

ଢେଙ୍କାନାଳ  : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସ୍ମାର୍ଟ ହେଲଥ୍ କାର୍ଡଧାରୀ ହିତାଧିକାରୀଙ୍କୁ ମାଗଣାରେ ଉତମ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଜିଲ୍ଲାର ମୋଟ୍ ୧୨ ଚିକିତ୍ସାଳୟର ମାଲିକମାନଙ୍କୁ ଜିଲ୍ଲାପାଳ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।

ଏହି ଆଧାରରେ ଜିଲ୍ଲାର ପଣ୍ଡା ନିର୍ସିଂହୋମ, ଶ୍ରୀଜଗନ୍ନାଥ ହସ୍ପିଟାଲ, ଦିଶା ହସ୍ପିଟାଲ, କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଆରୋଗ୍ୟ ନର୍ସିଂହୋମ, ସର୍ବେଶ୍ୱର ମେମୋରିଆଲ୍ ଚକ୍ଷୁ ହସ୍ପିଟାଲ, ସର୍ବେଶ୍ୱର ମେମୋରିଆଲ୍ ହସ୍ପିଟାଲ, ମା ବୈଷ୍ଣୋଦେବୀ ନର୍ସିଂହୋମ, ଦେବୀ ଦୁର୍ଗା ହସ୍ପିଟାଲ, ସାଇଶ୍ରୀ ଚକ୍ଷୁ ହସ୍ପିଟାଲ, ସାଇ ନର୍ସିଂହୋମ, ଶ୍ରୀକ୍ରିଷ୍ଣା ହସ୍ପିଟାଲର ମାଲିକମାନେ ଉପସ୍ଥିତ ଥିଲେ ।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଉତମ ଚିକିତ୍ସା ସେବା ଯୋଗାଇ ଢେଙ୍କାନାଳ ଜିଲ୍ଲାକୁ ଏକ ସୁସ୍ଥ ଜିଲ୍ଲାରେ ପରିଣତ କରିବାକୁ ସମସ୍ତ ଚିକିତ୍ସାଳୟ ମାଲିକମାନଙ୍କୁ ଜିଲ୍ଲାପାଳ ଆହ୍ୱାନ ଦେବାସହ ଯେକୌଣସି ପ୍ରକାର ସହଯୋଗ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ ।

ବୈଠକରେ ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି., ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ସିଡିଏମ୍ଓ ଅଶୋକ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.