Take a fresh look at your lifestyle.

ମନ୍ଦିର ଦର୍ଶନ କରିବା ବେଳେ ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ସାଂସଦ

0 20

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର ଗ୍ରାମ ମଧ୍ୟସ୍ଥ ମା’ ଜେନାଦେବୀଙ୍କୁ ଦର୍ଶନ କରିବାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ମଧ୍ୟାହ୍ନରେ ଯାଇଥିଲେ । ମନ୍ଦିର ପ୍ରାଙ୍ଗଣରେ ମା’ଙ୍କ ପ୍ରତିମୂର୍ତୀଙ୍କୁ ନତମସ୍ତକ ହୋଇ ପ୍ରଣାମ କଲାବେଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସେଠାରେ ଉପସ୍ଥିତ ରହି ସାଂସଦଙ୍କୁ ମନ୍ଦିର ସଂପର୍କୀତ ନାନାବିଧ ସମାସ୍ୟା ବିଷୟ ଜଣାଇଥିଲେ ।

ଏହା ବ୍ୟତୀତ ଗ୍ରାମ ମଧ୍ୟ ଦେଇ ଯାଇଥିବା ମୁଖ୍ୟ ରାସ୍ତା ଖାଲଖମାଣ ହୋଇଥିବାରୁ ତା’ର ପୁନରୁଦ୍ଧାର ପାଇଁ ମଧ୍ୟ ଗ୍ରାମବାସୀମାନେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ବ୍ୟତୀତ ଗ୍ରାମରେ ଅଧିକାଂଶ ସମୟରେ ବିଦୁ୍ୟତ୍କାଟ ହେଉଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରି ଏହାର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ନିବେଦନ କରିଥିଲେ ।

ସାଂସଦ ଶ୍ରୀ ସାହୁ ଗୋବିନ୍ଦପୁର ଗ୍ରାମ ପରିଦର୍ଶନରେ ଯାଇଥିବାବେଳେ ସେଠାରେ ଗ୍ରାମର ଯୁବ ସମାଜସେବୀ ଅରୁଣ କୁମାର ପରିଡାଙ୍କ ନେତୃତ୍ୱରେ ବହୁ ଯୁବକ ସାଂସଦଙ୍କୁ ଗୋବିନ୍ଦପୁର ଛକ ନିକଟରୁ ମୋଟରସାଇକେଲ୍ ରାଲିରେ ପାଛୋଟି ନେଇ ଗ୍ରାମ ମଧ୍ୟଦେଇ ଜେନାଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ପହଁଚିଥିଲେ । ସେଠାରେ ଗ୍ରାମର ବୁଦ୍ଧିଜୀବୀ, ଯୁବକ ଓ ମହିଳାମାନେ ସ୍ୱାଗତ କରିଥିଲେ ।

ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ ମହିଳା ବିଜେଡି ଜିଲ୍ଲା ସଂପାଦିକା ତିଳୋତମା ଚୌଧୁରୀ, ଭୁବନ ବ୍ଲକ୍ ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର, ମାମାଲି ମିଶ୍ର, ପୂର୍ବତନ କାଉନ୍ସିଲର ରୁଦ୍ରାନ୍ତ ଦଳେଇ, ଗ୍ରାମ ଯୁବକ ବଳରାମ ରାଉତ, ସଂଜୟ ପାତ୍ର, ଆଦିତ୍ୟ ରଣା, ଲକ୍ଷ୍ମୀଧର ସାହୁ, ଜିତୁ ରାଉତ, ରାଜା ରାଉତ, ରମେଶ ରାଉତ, ଶ୍ୱେତ ରାଉତ, ଅଥାନୀ ପରିଡା, ରତ୍ନାକର ବେହେରା, ମାନସ ରାଉତ, ଶିଶିର ରଣା, ବସନ୍ତ ରଣାଙ୍କ ସମେତ ବହୁ ଯୁବକ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.