Take a fresh look at your lifestyle.

କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଘରୋଇ ହସ୍ପିଟାଲ ପରିଦର୍ଶନ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ

0 53

ଭବାନୀପାଟଣା (ହିମାଂଶୁ ତ୍ରିପାଠୀ ): ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍ , ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ଭ ବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ , ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟ କୁ ପରିଦର୍ଶନ କରିଥଲେ।

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବି ଏସ୍ କେ ୱାଇ ସ୍ମାର୍ଟ କାର୍ଡ ପାଇଥିବା ହିତାଧିକାରୀମାନେ କିଭଳି ଚିକିତ୍ସା ସେବା ପାଉଛନ୍ତି ଓ ଉପକୃତ ହେଉଛନ୍ତି ତାହା ଅନୁଧ୍ୟାନ ପାଇଁ ଏହି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଶ୍ରୀ ବାଲାଜୀ ନର୍ସିଂ ହୋମ୍ ରେ ବି ଏସ୍ କେ ୱାଇ କାର୍ଡ ଧାରୀ ୬ ଜଣ ରୋଗୀ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟ ରେ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିବା ୩ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରିଥିଲେ। ରୋଗୀମାନେ ଭଲ ଚିକିତ୍ସା ପାଉଛନ୍ତି ଓ ଶୀଘ୍ର ସୁସ୍ଥ ହେବାର ଆଶା ରଖିଛନ୍ତି ବୋଲି ଜିଲ୍ଲାପାଳ ଙ୍କ ନିକଟରେ ପ୍ରକାଶ କରିଥିଲେ।

ସେଭଳି ଗତ ୧୮ ତାରିଖ ରୁ ବି ଏସ୍ କେ ୱାଇ କାର୍ଡ ଧାରୀ ରୋଗୀଙ୍କ ଚିକିତ୍ସା ମାଗଣାରେ ସୁଯୋଗ ନ ଦେବା ସମ୍ପର୍କିତ ଅଭିଯୋଗ ଶୁଣି ମା ମାଣିକେଶ୍ଵରୀ ମଲ୍ଟି ସ୍ପେଶିଆଲିଟି କତୃପକ୍ଷଙ୍କୁ ତାଗିଦ୍ କରିଥିଲେ ଏବଂ ଏ ସମ୍ପର୍କୀୟ କାରଣ ଦର୍ଶାଅ ନୋଟିସ ପ୍ରେରଣ କରାହେବ ବୋଲି ପ୍ରକାଶ କରିଥିଲେ।

ଏହି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ଜଣେ କାର୍ଡଧାରୀ ରୋଗୀଙ୍କ ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଡାକ୍ତର ଙ୍କୁ କହିଥିଲେ ଏବଂ କତୃପକ୍ଷ ଚିକିତ୍ସା ସୁବିଧା ବିନା ଦେୟ ରେ କରିବାକୁ ରାଜି ହୋଇଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଗ୍ରହଣରେ ସିଡିଏମଓ ଡ ରଞ୍ଜନ କୁମାର ମିତ୍ର  ପରିଦର୍ଶନ କରିଥଲେ।

- Advertisement -

Leave A Reply

Your email address will not be published.