Take a fresh look at your lifestyle.

ବଜରଙ୍ଗ କ୍ଲବର ଭିନ୍ନ ପ୍ରୟାସ , ମହିଳା ଦେଲେ ୬୧ ୟୁନିଟ ରକ୍ତ

0 13

ଢେଙ୍କାନାଳ: ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ସବୁବେଳେ ଭିନ୍ନ ପ୍ରୟାସ କରି ସମାଜସେବାରେ ନିୟୋଜିତ ରହିଛି । କ୍ରମାଗତଭାବେ କ୍ଲବ ତୃତୀୟ ମହିଳା ରକ୍ତଦାନ ଶିବିର ଆୟାଜିତ କରିଛି । ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ସ୍ଥାନୀୟ ଶ୍ରୀ ବଳରାମଜୀଉ ମନ୍ଦିର ନିକଟରେ ଥିବା ବଜରଙ୍ଗ କ୍ଲବ୍ର ପ୍ରାଙ୍ଗଣରେ କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।

ଆଗାମୀ ଦିନରେ ଏହି ରକ୍ତଦାନ ଶିବିର ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହିତ ମହିଳାମାନେ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଏହି ଶିବିରକୁ ସ୍ୱର୍ଗତ ପଙ୍କଜିନୀ ଶତପଥୀଙ୍କ ସ୍ମୃତି ଉଦେ୍ଦଶ୍ୟରେ ଆୟୋଜିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କ୍ଲବ୍ର ସଭାପତି ଅମରେନ୍ଦ୍ର ସାମଲ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ପୂର୍ବତନ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଧିକାରିଣୀ ସୁଜାତାରାଣୀ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅନ୍ୟତମ ଅତିଥି ଭାବେ ସାମାଜିକ କବି ତଥା ଜାତୀୟ ରକ୍ତଦାତା ମହାସଂଘର ସଭ୍ୟା ଦୀପ୍ତିମୟୀ ଲେଙ୍କା, ସାଗରୀକା ମିଶ୍ର, ନିରୋଜ ନଳିନୀ ମହାଳିକଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ମହିଳାମାନେ ଶିବିରରେ ଯୋଗଦେଇଥିଲେ । ମୁ୍ୟନିସିପାଲିଟି ଇଂଜିନିୟର ରଶ୍ମିତା ମିଶ୍ର ଓ ସମାଜସେବୀ ମୋନିକା ଶର୍ମା ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ଗାୟତ୍ରୀ ମହାନ୍ତି, ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ରୋହିତ କୁମାର ଦାସ, କର୍ମଚାରୀ ସୌଭାଗ୍ୟ ମିଶ୍ର, ବରୁଣ ସାହୁ, ତପନ ଜେନା, ଅଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

କ୍ଲବ୍ର ସମ୍ପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାସମଲ୍, ବରିଷ୍ଠ ସଦସ୍ୟ ଦେବାଶିଷ ମିଶ୍ର, ସୁବ୍ରତ ଦାସ, ସଦସ୍ୟା ସଦସ୍ୟା ପ୍ରଣତି ମିଶ୍ର, ଆଦ୍ୟାଶା ନନ୍ଦ, ସଦସ୍ୟ ରବିନ୍ଦ୍ର ସୋନୀ, ସୁବାଷ ପତି, ରୋଜେଶ ପରିଡା, ସୂର୍ଯ୍ୟକାନ୍ତ ବେହେରା, ଜ୍ୟୋତିପ୍ରକାଶ ବେହେରା, ବବୁଲ୍ ଦାସ, କୃଷ୍ଣଚନ୍ଦ୍ର ନାୟକ, ଦେବାଶିଷ ନାୟକ, ରତିରଞ୍ଜନ ପଣ୍ଡା, ପ୍ରୀତମ୍ ମହାନ୍ତି, ଶୁଭମ୍ ଗୁରୁଙ୍ଗ୍, ରୁଦ୍ରନାରାୟଣ ବେହେରା, ବିଶ୍ୱଜିତ୍ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.