Take a fresh look at your lifestyle.

ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

0 63

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନୁଆ ଗାଁ ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ନୁଆଗାଁ ଗ୍ରାମ ର ସତ୍ୟବାଦୀ ଅନୁଷ୍ଠାନ ର ସହଯୋଗ ରେ ଏକ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କାର୍ଯ୍ୟ କ୍ରମରେ କ୍ରୀଡାବିତ୍ ମାନେ ବିଭିନ୍ନ ଗ୍ରାମରୁ ଆସି ଅଂଶ ଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଭଲିବଲ,ଦୈଡ ପ୍ରତିଯୋଗିତା, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସାଇକେଲ ଚାଳନା,ଦ‌ଉଡି ଟଣା ପ୍ରତିଯୋଗିତା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପ୍ରସନ୍ନ କୁମାର ବେହେରା, ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ଗୋକୁଳାନନ୍ଦ ସ୍ଵାଇଁ ଓ ବିପ୍ରବର ବେହେରା ପ୍ରମୁଖ। କ୍ରୀଡା ପ୍ରତିଯୋଗିତା ର ପରିଶେଷରେ ମଞ୍ଚାସୀନ ଅତିଥି ମାନେ ମନମୁଗ୍ଧକର ଅଭିଭାଷଣ ପ୍ରତିପାଦନ କରିବା ସହିତ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ସତ୍ୟବାଦୀ କ୍ଲବ ର ସଭାପତି ସମରେନ୍ଦ୍ର ସ୍ଵାଇଁ, ସଂପାଦକ-ବିଘ୍ନେଶ୍ଵର ସ୍ବାଇଁ, କୋଷାଧ୍ୟକ୍ଷ-ସୁବ୍ରତ କୁମାର ସ୍ବାଇଁ, ମୁଖ୍ୟ ସହଯୋଗୀ-ପ୍ରଭାତ ବ୍ରହ୍ମ , ବିଶ୍ୱଜିତ ସ୍ଵାଇଁ, ବାପିନ୍ ସ୍ବାଇଁ, ଯଶୋବନ୍ତ ବେହେରା, ବଶିଷ୍ଠ ସ୍ବାଇଁ, ପରିଶେଷରେ ସୁବ୍ରତ କୁମାର ସ୍ବାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ।

- Advertisement -

Leave A Reply

Your email address will not be published.