Take a fresh look at your lifestyle.

ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରାଶୀତ ବସ୍ତ୍ର ବଣ୍ଟନ

0 21

ଢେଙ୍କାନାଳ  : ଢେଙ୍କାନାଳ ଜି୍ଲା ଗଁଦିଆରେ ଥିବା ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରା ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ସଙ୍ଗଠନର ସଭାପତି ବିଦ୍ୟାଧର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉତ୍ସବରେ ଆଜିରଗୋଟିଏ ଦିନରେ ଖରାପ ଦୁର୍ଗୁଣକୁ ତ୍ୟାଗ କରିବା ସହିତ ସମାଜରେସୁସ୍ଥ ପରିବେଶ ଗଠନ କରି ନିରୀହ ଲୋକମାନଙ୍କୁ ସହାଯ୍ୟର ହାତ ବଢାଇବା ପାଇଁ କହିଥିଲେ । ମୁଖ୍ୟ ଅତିଥି ଭାବରେ ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ ଯୋଗଦେଇ ଗଁଦିଆ ବ୍ଲକରେ ସମସ୍ତ ନିରୀହ ଲୋକଙ୍କୁ ସରକାରଙ୍କ ତରଫରୁ ଅନୁଦାନ ନିଶ୍ଚିତ ମିଳିବ ବୋଲି କହି୍ିଥିଲେ ।

ସଙ୍ଗଠନ ପ୍ରତ୍ୟେକ ବର୍ଷ ଭଳି ଶୀତ ବସ୍ତ୍ର ବଣ୍ଟନ କରୁଥିବାରୁ ଶୁଭେଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଉସଭାପତି ତାପସ କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରମୋଦ ବାରିକ,କାଳନ୍ଦୀ ଚରଣ ସାହୁ,ଶ୍ରୀଧର ଭୋଇ,ସହସମ୍ପାଦକ ଅଶୋକ କୁମାର ସାହୁ,ସମ୍ପାଦକ ଅଭିମନୁ୍ୟ ଦାସ,କୋଷାଧ୍ୟକ୍ଷ ପ୍ରଭାସ କୁମାର ସାହୁ,ସଭ୍ୟ ଲକ୍ଷ୍ମୀଧର ସାହୁ,ବିଜୟ କୁମାର ସାହୁ,ପ୍ରୀୟଜୀତ ସେଠୀ,ଅନିଲ କୁମାର ଦାସ,ଶେଷଦେବ ମହାପାତ୍ର,ବିନୋଦ କୁମାର ବେହେରା, ତୁଷାର କାନ୍ତି ବରାଳ,ଦିଲ୍ଲିପ କୁମାର ସାହୁ,ପ୍ରଦୀପ କୁମାର ସାହୁ ପ୍ରମୁୂଖ ଉପସ୍ଥିତ ରହିଥିଲେ ।ଶେଷରେ ଉପଦେଷ୍ଟା ରାଜଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.