Take a fresh look at your lifestyle.

୨୯ତମ ଖଙ୍କିରା କପ କ୍ରିକେଟ, ସୋଲାର ବିଜୟୀ

ସୁକାନ୍ତ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ

0 22

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଖେଳପଡ଼ିଆରେ ଆଜି ୨ୟ ଦିନର ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ସାଲେପୁର କ୍ରିକେଟ କ୍ଳବ ଓ ସୋଲର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେଟସ ଜିତି ସୋଲର କ୍ରିକେଟ କ୍ଳବ ୨୦ଓ ଭର ରେ ସମସ୍ତ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା ଏହାର ଜବାବରେ ସାଲେପୁର କ୍ରିକେଟ କ୍ଳବ ୧୫ ଓଭର ରେ ସମସ୍ତ ଉଇକେଟ ହରାଇ ପରାଜୟ ବରଣ କରିଛି।

ବିଜୟୀ ଦଳ ତରଫରୁ ସୁକାନ୍ତ ପ୍ରଧାନ ବ୍ୟକ୍ତିଗତ ଭାବେ ୪ଉଇକେଟ ଓ ୨୭ ରନସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ମନୋନିତ ହୋଇଥିଲେ। ଖେଳ ପରିଚାଜନା କରୁଥିଲେ ତାପସ ଦାସ ଓ ରାଜେଶ ସାହୁ, ସ୍କୋର ଭାବରେ ବାବୁ ଓ ବିଜୁ ସେଠ ରହିଥିବାବେଳେ କମେଣ୍ଟ୍ରି ଭାବେ ଡେଫାନ ଦାସ ରହିଥିଲେ। ଆସନ୍ତାକାଲି ର ଖେଳ ଷଢଙ୍ଗୀ କ୍ରିକେଟ କ୍ଳବ, ଢେଙ୍କାନାଳ ସହିତ ବାରକଣା କ୍ରିକେଟ କ୍ଳବ, ଯାଜପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ।

- Advertisement -

Leave A Reply

Your email address will not be published.