Take a fresh look at your lifestyle.

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ବାର୍ଷିକ ସାଧାରଣ ବୈଠକ: ସଭାପତି ରାଜେନ୍ଦ୍ର ଓ ସଂପାଦକ ଭାବେ ଦେବବ୍ରତ ମନୋନିତ

0 15

ଢେଙ୍କାନାଳ : ଢେଙ୍କାନାଳ ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନର ବାର୍ଷିକ ସାଧାରଣ ବୈଠକ ଡିସେମ୍ବର ୨୦ ତାରିଖ ସଂଧ୍ୟାରେ ସ୍ଥାନୀୟ ଆର୍.କେ. ରେଜେନ୍ସି ହୋଟେଲ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଚେୟାରମ୍ୟାନ ସନ୍ତୋଷ କୁମାର ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସମସ୍ତ ବ୍ୟବସାୟୀ ସଦସ୍ୟଙ୍କ ସୁବିଧା ଅସୁବିଧା ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା

ବିଗତ ବର୍ଷରେ ଅନୁଷ୍ଠିତ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଏହାର ବିବରଣୀ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର କୁମାର ଦାସ ପାଠ କରିବା ସହ ବାର୍ଷିକ ଆୟବ୍ୟୟର ହିସାବ ଫର୍ଦ୍ଦ କୋଷାଧ୍ୟକ୍ଷ କୃଷ୍ଣ କୁମାର ଦେବତା ଉପସ୍ଥାପନ କରିଥିଲେ ପରେ ପରେ ଚେୟାର୍ମ୍ୟାନ୍ ସନ୍ତୋଷ କୁମାର ରଥଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଗେମୀ ୩ବର୍ଷ ନିମନ୍ତେ କର୍ମକର୍ତା ମନୋନିତ କରାଯାଇଥିଲା ଉପଦେଷ୍ଟା ଭାବେ ଶରତ ଚନ୍ଦ୍ର ପାଢୀ, ସଭାପତି ଭାବେ ରାଜେନ୍ଦ୍ର କୁମାର ଦାସ, କାର୍ଯ୍ୟକାରୀ ସଭାପତିବିନୋଦ କୁମାର ଅଗ୍ରୱାଲ, ଉପସଭାପତି ମଣ୍ଡଳୀରେ ବିମଳ କୁମାର ପୋଦାର, ରାଜ କିଶୋର ବେହେରା, ନିରଦାନନ୍ଦ ନନ୍ଦ, ମହେଶ ପ୍ରସାଦ ଅଗ୍ରୱାଲ ଶିବ ପ୍ରସାଦ ପଣ୍ଡା, ସଂପାଦକ ଦେବବ୍ରତ ଭଟ୍ଟ, ଉପାଧ୍ୟକ୍ଷ କୃଷ୍ଣ କୁମାର ଦେବତା, ଯୁଗ୍ମ ସଂପାଦକ ମଣ୍ଡଳୀରେ ପ୍ରଣବାନନ୍ଦ ଦାସ, ପ୍ରମୋଦ ମହାପାତ୍ର, ସଂଜୀବ ରଥ ଲୋକନାଥ ମହାପାତ୍ର ମନୋନିତ ହୋଇଥିଲେ

କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରକାଶ ଚନ୍ଦ୍ର ସାହୁ, ଦୁଷ୍ମନ୍ତ ରାଉତ, ସୁନିଲ୍ ଅଗ୍ରୱାଲ, ଗୋବିନ୍ଦ ଚନ୍ଦ୍ର ସେନାପତି, ସୁରେଶ ବର୍ମା, ଆଶିଷ କେଡିଆ (ବିଟୁ), ପ୍ରତାପ କୁମାର ବାରିକ, ଏମ୍.ଡି ସମୀର, ଫିରୋଜ ଚନ୍ଦ୍ର ପାତ୍ର, ସୂର୍ଯ୍ୟ ସ୍ୱାରୂପ ମିଶ୍ର, ସୁଧାକର ଲେଙ୍କା, ରାଜେନ୍ଦ୍ର ପ୍ରସାଦ ସାହୁ, ଅନୁପ ମହେଶ୍ୱରୀ, ଶଙ୍କର ଖେମ୍କା, ଜିତେଶ କୋଟକ୍ ପ୍ରମୁଖଙ୍କୁ ମନୋନିତ କରାଯାଇଥିଲା ଏହି ଅବସରରେ ନୂତନ ସଭାପତି ସମସ୍ତ କାର୍ଯ୍ୟକର୍ତାଙ୍କୁ ଚେୟାର୍ମ୍ୟାନ୍ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ନୂତନ ସଭାପତି ରାଜେନ୍ଦ୍ର କୁମାର ଦାସ ଆଗାମୀ ୩ବର୍ଷ ନିମନ୍ତେ ତାଙ୍କର କାର୍ଯ୍ୟକାରିଣୀ ଅବଗତ କରିବା ସହ ଏହାକୁ ସଫଳ କରିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ

ଆସନ୍ତା ୨୦୨୩ ବର୍ଷ ଢେଙ୍କାନାଳ ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥ ନିମନ୍ତେ ସମସ୍ତ ଅନୁସଂଗୀକ ବ୍ୟବସ୍ଥା କରିବାକୁ ଚେୟାରମ୍ୟାନ୍ ସନ୍ତୋଷ କୁମାର ରଥ ପରାମର୍ଶ ଦେଇଥିଲେ ପରିଶେଷରେ ଉପସଭାପତି ରାଜକିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

- Advertisement -

Leave A Reply

Your email address will not be published.