Take a fresh look at your lifestyle.

ମହିମାହାବିଦ୍ୟାମଳୟ  ଇଂରାଜୀ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର

0 40

ଯୋରନ୍ଦା :  ମହିମା ମହାବିଦ୍ୟାଳୟ ଯୋରନ୍ଦାର ଇଂରାଜୀ ବିଭାଗରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ Role of Nature in Kalidasa’s Abhijnana Shakuntalam  ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ଼ଃ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବିଭାଗୀୟ ମୁଖ୍ୟ ଶରତ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ପୂର୍ବତନ ଅଧ୍ୟକ୍ଷ ଶିକ୍ଷାବିତ ପ୍ରଫେସର ଡମ୍ବରୁଧର ବେହେରା ମୁଖ୍ୟ ଅତିଥି ଓ ସଂସ୍କୃତ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦିଲୀପ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଅଧ୍ୟାପିକା ମନ୍ଦିରା ଦାସଙ୍କ ତତ୍ତ୍ୱାବଧାନରେ ଶେଷ ବର୍ଷ ଛାତ୍ର ବିତିଶ ଭରଦ୍ୱାଜ ନାୟକ ସନ୍ଦର୍ଭ ପାଠ କରିଥିଲେ। ଅଧ୍ୟାପକ ପ୍ରଜେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.