Take a fresh look at your lifestyle.

ପଶୁ ଡାକ୍ତରଙ୍କ ଅନୁପସ୍ଥିତି , ହୋଇପାରୁ ନାହିଁ ପଶୁସମ୍ପଦର ଚିକିତ୍ସା

କୃଷି ମନ୍ତ୍ରୀଙ୍କୁ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

0 23

ଆଠମଲ୍ଲିକ : ଆଠମଲ୍ଲିକ ପଶୁ ସମ୍ପଦ ଓ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସଭାପତି କିଶୋର ଚନ୍ଦ୍ର ମହାକୁଡ଼ଙ୍କ ନେତୃତ୍ୱରେ ୬ଦଫା ସମ୍ବଳିତ ଦାବିପତ୍ର କୃଷିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ଦେହୁରୀ ଦାବିପତ୍ର ଗ୍ରହଣ କରିଥିଲେ ।

ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ଚାଷୀ ଗାଈ, ଛେଳି, ମେଣ୍ଢା ପାଳନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଉତ୍ପାଦନ ଦୁଗ୍ଧର ଉପଯୁକ୍ତ ପ୍ରାପ୍ୟ ପାଉନଥିବା ଅଭିଯୋଗ କରିଛନ୍ତି । ପଶୁ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ପଶୁସମ୍ପଦର ଚିକିତ୍ସା ହୋଇପାରୁ ନାହିଁ । ଟାଙ୍ଗିଆ ନିଶା-୨ ଦୁଗ୍ଧ ସଂଗ୍ରହ କେନ୍ଦ୍ର ବନ୍ଦ ଥିବାରୁ ଗାଈକ୍ଷୀର ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଆଠମଲ୍ଲିକ ପଶୁ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରିବାକୁ ଦାବି ହୋଇଛି ।

ଫାଟୁଆ ରୋଗ ଭଳି ଋତୁକାଳୀନ ଟିକାକୁ ସଠିକ୍ ସମୟରେ ପ୍ରଦାନ କରିବା, ପଶୁମାନଙ୍କୁ ଭିଟାମିନ୍ ଯୋଗାଣ, ଦୁଗ୍ଧଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦୁଗ୍ଧ ଲିଟର ପିଛା ୫୦ଟଙ୍କା ପ୍ରଦାନ, ଆଠବର୍ଷରୁ ଉଦ୍ଧ୍ୱର୍ ସମୟ ଏଠାରେ ଥିବା କର୍ମଚାରଅନ୍ୟତ୍ର ସ୍ଥାନାନ୍ତର ଆଦି ଦାବି ରହିଛି । ସେହିପରି ବୀମାଭୁକ୍ତ ହୋଇଥିବା ଗାଈ, ମେଣ୍ଢା ଓ ଛେଳିର ବୀମାରାଶି ଚାଷୀଙ୍କୁ ପ୍ରଦାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।

- Advertisement -

Leave A Reply

Your email address will not be published.