Take a fresh look at your lifestyle.

ଦେଶର ଶାସକ ଗୋଷ୍ଠୀ ମାନବିକ ଅଧିକାରକୁ ସୁରକ୍ଷା ଦେବା ଉଚିତ : ଭିକାରୀ ଚରଣ ରାଉତ

ଉଫୁନା ପକ୍ଷରୁ ବିଶ୍ୱ ମାନବିକ ଦିବସ ପାଳିତ

0 59

ଢେଙ୍କାନାଳ: ସ୍ଥାନୀୟ ରଥଗଡାସ୍ଥି ଉଫୁନା କାର୍ଯ୍ୟାଳୟରେ”ବିଶ୍ୱ ମାନବିକ ଅଧିକାର ଦିବସ” ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଆଭାଷୀ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ ଯୋଗଦେଇ କହିଲେ ଯେ ବର୍ତମାନ ବିଶ୍ୱରେ ବିଭିନ୍ନ ଦେଶରେ ଜନାସାଧାରଣଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣକରି ମାନବିକ ଅଧିକାରକୁ ଉଲଘଂନ କରୁଛନ୍ତି । ପ୍ରତ୍ୟେକ ଦେଶର ଶାସକ ଗୋଷ୍ଠୀ ମାନବିକ ଅଧିକାରକୁ ସୁରକ୍ଷା ଦେବା ଉଚିତ ବୋଲି ଶ୍ରୀ ରାଉତ କହିଥିଲେ ।

ଆଡଭୋକେଟ୍ ମନୋରଞ୍ଜନ ପଟନାୟକ କହିଥିଲେ ଯେ, ବଂଚିବା ଓ ବଢିବା ମଣିଷର ମୌଳିକ ଧର୍ମ । ବଂଚିବା ପାଇଁ ଜୀବିକା ଦରକାର । ଜୀବିକା ହେଲେ ଜୀବନ ରହିବ । ଜୀବନ ଓ ଜୀବିକା ନିର୍ବାହ କରୁଥିବା ସମୟରେ ଯଦି ଜଣେ ମାନସିକ ଶାରିରୀକ ଓ ଅର୍ଥନୈତିକ ଚାପର ସମ୍ମୁଖୀନ ହୁଏ ତେବେ ଏହାକୁ ମାନବିକ ଅଧିକାର କ୍ଷୁର୍ଣ୍ଣହେଲା ବୋଲି ଶ୍ରୀ ପଟନାୟକ କହିଥିଲେ । ପାକିସ୍ତାନ ବର୍ତମାନ ନିରୀହ ଲୋକଙ୍କୁ ମାରି ମାନବିକ ଅଧିକାରକୁ ଉଲଘଂନ କରୁଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ଏବଂ ସେମାନେ ମାନବିକ ଅଧିକାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏଥିରେ ସମ୍ମାନୀତ ଅତିଥି ଭାବେ ପ୍ରଫେସର ଦିଲ୍ଲିପ ନନ୍ଦ ପରିବେଶବିତ ଉପେନ୍ଦ୍ର ରାଉତ, ଆଡଭୋକେଟ ବିଜେଷ ରାଉତ, ସମାଜବାଦୀ ନେତା ସରୋଜ ଶତପଥୀ, ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର ସାହୁ, ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ପରିଚାଳକ ପିତବାସ ସାହୁ, ଇଂ ଡମ୍ବରୁଧର ପଣ୍ଡା, ଅଧ୍ୟାପିକା ମଞ୍ଜୁଶ୍ରୀ ମୁଖୀ, ଆଡଭୋକେଟ ସୁଶ୍ରୀ ରାଉତ, ଆଡଭୋକେଟ ଦମୟନ୍ତି ମହାନ୍ତି, ଫିଜିଓଥେରାପି ଡା. ଅଭିନନ୍ଦନ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ବାହାଦୂର ପାଟସାହାଣୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟାଳୟ ସଂପାଦକ ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷାବିତ ବିଶ୍ୱନାଥ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.