Take a fresh look at your lifestyle.

୫ବର୍ଷ ତଳୁ ଟୋକନ୍ ମିଳିଲାଣି, ଜମିପଟ୍ଟା ମିଳୁନି

ପଟ୍ଟା ପାଇଁ ୯ନଂ ୱାର୍ଡବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

0 40

ଢେଙ୍କାନାଳ : ପୌରାଂଚଳ ୯ନଂ ୱାର୍ଡର କନ୍ଧସାହି, ଜୁଆଙ୍ଗ ସାହି, ଦଳିତ ସାହି, ମୁସ୍ଲିମ୍ ସାହିର ଜନସାଧାରଣ ଜମି ପଟ୍ଟା ପାଇବା ନିମନ୍ତେ ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରକାଶ ଥାଉକି, ଦୀର୍ଘ ୫ବର୍ଷ ହେବ ଜମିପଟ୍ଟା ପାଇବା ନିମନ୍ତେ ଏହି ଅଂଚଳର ବହୁ ଲୋକ ଟୋକନ୍ ପାଇଥିବା ସତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉନାହିଁ । ଫଳରେ ସେମାନେ ଘର ଖଣ୍ଡିଏ ପାଇପାରୁ ନାହାଁନ୍ତି । ସରକାରଙ୍କ ନିୟମ ଅନୁସାରେ ଜମି ପଟ୍ଟା ନଥିବାରୁ ଘର ମିଳିପାରୁ ନାହିଁ । ଏସ୍ସି, ଏସ୍ଟି, ଓବିସି. ଓ ମାଇନର୍ଟିର ପିଲାମାନେ ପାଠପଢିବା ନିମନ୍ତେ ଜାତିଗତ ପ୍ରମାଣପତ୍ର ମଧ୍ୟ ପାଇପାରୁ ନାହାଁନ୍ତି । ଫଳରେ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ଅନେକ ଥର ପୌରପାଳିକା କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ ।

ଗତ ସୋମବାର ଦିନ ବିଜେଡି ଅନୁସୂଚିତ ଜାତି ଓ ଜନଜାତି ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ପରେ ପୌରପାଳିକା ଅଧିକାରୀଙ୍କୁ ଭେଟିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ୯ନଂ ୱାର୍ଡର ସୁଷମା ଦେହୁରୀ, ଇନ୍ଦୁମଣି ନାଏକ, ଅଞ୍ଜଳି ନାଏକ, ତଅପୋଇ ନାଏକ, କାଂଚନ ପଧାନ, ରଞ୍ଜୁ ସେଠୀ, ଖୁକୁନି ପଧାନ, ସସ୍ମିତା ନାଏକ, ବିଳାସିନୀ ନାଏକ, ଟିକିଲି ନାଏକ, ଗୁଲ୍ସନ୍ ବିବି, ସଫିନ୍ ଖାତୁନ୍, ବାସନ୍ତୀ ମୁଣ୍ଡା, କୁନି ସାମଲ, ଅଫ୍ସନା ବେଗମ୍, ମୁସରତ ବେଗମ୍, ହୁସ୍ନାରା ବେଗମ୍, ଅସିଫ୍ ବକ୍ସ, ସାହିରା ବିବି, ରୁବି ଜେନା ପ୍ରମୁଖ ବହୁ ୱାର୍ଡ ବାସିନ୍ଦା ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ ।

- Advertisement -

Leave A Reply

Your email address will not be published.