Take a fresh look at your lifestyle.

ବିପ୍ଲବୀ ପାଇକ ରାଜଗୁରୁ ଜୟୀ ରାଜଗୁରୁ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

0 15

ହିନ୍ଦୋଳ: ମହାନ ବିପ୍ଲବୀ ପାଇକ ରାଜଗୁରୁ ଜୟୀ ରାଜଗୁରୁ ଙ୍କ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ ଉସ୍ଛବ ସାତମାଇଲ ହିନ୍ଦୋଳ ସ୍ଥିତ ଜନତା କଲେଜ ରେ ପାଳିତ ହୋଇ ଯାଇଛି | ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ମହେଶ୍ୱର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ବେହେର ମହାନ ବିପ୍ଲବୀ ପାଇକ ରାଜଗୁରୁ ଜୟୀ ରାଜଗୁରୁ ଙ୍କର ସଂଗ୍ରାମୀ ଜୀବନ ଉପରେ ଆଲୋକପାତ କରିଥିଲେ |

ମୁଖ୍ୟବକ୍ତା ଭାବେ ପୂରାତନ ଛାତ୍ର ସଙ୍ଗଠନ ସଭାପତି ତଥା କଳିଙ୍ଗ ପାଇକ ସମାଜ ରାଜ୍ୟ ସଭାପତି ରତିକାନ୍ତ ଗଡନାୟକ, ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ପ୍ରଫେସର ସୁଧାଂଶୁ ବେହେରା ଯୋଗଦେଇ ଜୟୀ ରାଜଗୁରୁଙ୍କ ବିରତ୍ୱ ଜୀବନୀ ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏଥିରେ ଇତିହାସ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଇତିହାସ ବିଭାଗ ଅଧ୍ୟାପିକା ସଂଯୁକ୍ତା ବେହେରା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.